ନବୀନ ନିବାସରେ ବିଜାତଳାର ବିଜୟୀ ପ୍ରାର୍ଥୀ । ଫୁଲତୋଡ଼ା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରଘୁନାଥ ମାଝୀ

181

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜାହିର କଲେ ବିଜାତଳାର ବିଜୟୀ ପ୍ରାର୍ଥୀ । ଏହି ଅବସରରେ ମୟୂରଭଂଜର ଅନେକ ବିଜେଡ଼ି କର୍ମୀଙ୍କ ସହ ନବୀନ ନିବାସ ପହଁଚିଥିଲେ ବିଜୟୀ ପ୍ରାର୍ଥୀ ରଘୁନାଥ ମାଝୀ  । ଫୁଲତୋଡ଼ା ସହ ରଘୁନାଥ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଗତ ପଂଚାୟତ ନିର୍ବାଚନରେ ମୟୁରଭଞ୍ଜର ସମୁଦାୟ ୫୬ଟି ଜିଲ୍ଲା ପରିଷଦ ଆସନରୁ ବିଜେପି-୪୯ଟିରେ ବିଜୟୀ ହୋଇଥିବା ବେଳେ ବିଜେଡି ମାତ୍ର ୫ଟି ଆସନ ଜିତିଥିଲା ।

ସେହିପରି ଜେଏମଏମରୁ ଜଣେ ଏବଂ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏମିତି କି ବିଜାତଳାରେ ବିଶାଳ ବ୍ୟବଧାନରେ ହାରିଥିଲେ ବିଜେଡି ପ୍ରାର୍ଥୀ । କିନ୍ତୁ ଅତୀତର ତିକ୍ତ ଅନୁଭୂତିକୁ ଅତିକ୍ରମ କରି ସଫଳତା ସାଉଁଟିବାରେ ସଫଳ ହୋଇଛି ଶାସକ ବିଜେଡି ।

ଯେଉଁ ଆସନରେ ବିଜେଡି ତୃତୀୟ ସ୍ଥାନରେ ଥିଲା, ସେଠି ବିଜେପି ଏବଂ ଜେଏମ୍ଏମ୍କୁ ପଛରେ ପକାଇ ବିଜାତଳାରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି ବିଜେଡି । ଆଜି ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ରଘୁନାଥ  ।