ଶୁଆ ହଜିଗଲା ପରେ ଖାଇବା ଛାଡିଲେ ମାଲିକାଣୀ ! ଖୋଜିବା ପାଇଁ ୨୫ ହଜାର ଟଙ୍କା ଘୋଷଣା

402

କିଛି ଲୋକ ନିଜର ପାଳିତ ପଶୁ ଓ ପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ପାଳିତ ପକ୍ଷୀ ହଜିଯିବା ପରେ ଖାଇବା ପିଇବା ଛାଡିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ । ବିହାରର ନବାଦା ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ପାଳିତ ଶୁଆ ହଜି ଯିବା ପରେ, ଶୁଆର ମାଲିକାଣୀ ଜଣକ ୩ ଜାନୁଆରୀରୁ ଖାଇବା ଛାଡି ଦେଇଛନ୍ତି । ଏହାସହ ଶୁଆକୁ ଖୋଜି ଆଣିଦେଲେ ୨୫ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ସେ ଘୋଷଣା କରିଛନ୍ତି ।

ବାରିସଲୀଙ୍ଗଜ ଥାନା ଛକରେ ରହୁଥିବା ମହିଳା ବବିତା ଦେବୀଙ୍କ ଶୁଆ ୩ ଜାନୁଆରୀରୁ ନିଖୋଜ ହୋଇ ଯାଇଥିଲା । ଶୁଆଟି ୮ ବର୍ଷ ଧରି ତାଙ୍କ ଘରେ ରହୁଥିଲା ଏବଂ ସବୁଦିନ ସକାଳେ ଘରର ଲୋକ ମାନଙ୍କୁ ଉଠାଉଥିଲା ବୋଲି ପରିବାର ଲୋକ କହିଛନ୍ତି । ଶୁଆକୁ ପିଂଜରାରେ ନରଖା ଯାଇ, ଘରର ଏକ ସଦସ୍ୟ ପରି ରଖାଯାଉଥିଲା । କେବଳ ଏତିକି ନୁହଁ ଉକ୍ତ ଶୁଆକୁ ଖୋଜିବା ପାଇଁ ହ୍ୱାଟସଆପରେ ମଧ୍ୟ ଉଦ୍ୟମ ଜାରି ରହିଛି ।