ବିିଶ୍ୱର ଏକମାତ୍ର ଯୋଗ ବିଶ୍ୱବିଦ୍ୟାଳୟ ! ଏଠାରେ କେବଳ ଯୋଗ ଶିକ୍ଷା ଦିଆଯାଇଥାଏ

28

ଜୁନ ୨୧ ତାରିଖରେ ପାଳିତ ହୋଇଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ଯୋଗ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ହୋଇଥିବା ବେଳେ ଏ କ୍ଷେତ୍ରରେ ‘ବିହାର ସ୍କୁଲ୍ ଅଫ୍ ଯୋଗ’ର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ହେଉଛି ବିଶ୍ୱର ଏକମାତ୍ର ବିଶ୍ୱବିଦ୍ୟାଳୟ ଯେଉଁଠାରେ କେବଳ ଯୋଗ ଶିକ୍ଷା ଦିଆଯାଇଥାଏ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ କଲାମ ଆଜାଦଙ୍କ ଠାରୁ ଆରମ୍ଭ କରି ସଲମାନ୍ ଖାନ୍ , ଶିଳ୍ପା ସେଟ୍ଟିଙ୍କ ପର୍ଯ୍ୟନ୍ତ ବଲିଉଡ୍ ଷ୍ଟାରମାନେ ଏଠାକୁ ଯୋଗ ଶିଖିବା ଲାଗି ଆସିଛନ୍ତି । ୧୯୬୪ରେ ସ୍ୱାମୀ ସତ୍ୟାନନ୍ଦ ମୁଙ୍ଗେରରେ ଗଙ୍ଗାନଦୀ କୂଳରେ ‘ବିହାର ସ୍କୁଲ୍ ଅଫ୍ ଯୋଗ’କୁ ପ୍ରତିଷ୍ଠା କରିଥିଲେ । ଏଠାରେ ଗୁରୁକୂଳ ବିଧି ଅନୁସାରେ ଯୋଗ ଶିକ୍ଷା ଦିଆଯାଇଥାଏ । ଛାତ୍ରଛାତ୍ରୀମାନେ ଏଠାରେ ମାସିକିଆ ଟ୍ରେନିଂ ସାର୍ଟିଫିକେଟରୁ ଆରମ୍ଭ କରି ଡକ୍ଟରେଟ୍ ପର୍ଯ୍ୟନ୍ତ ପାଠ୍ୟକ୍ରମ ପଢ଼ିିପାରିବେ । ଏହାକୁ ଡିମଡ୍ ବିଶ୍ୱବିଦ୍ୟାଳୟର ମଧ୍ୟ ମାନ୍ୟତା ମିଳିଛି ।