ବିହାର ଘଟଣାରେ ନିଜ ସ୍ୱାମୀ କୁ ନିର୍ଦ୍ଦୋଶ କହିଲେ ମନ୍ତ୍ରୀ ମଞ୍ଜୁ ବର୍ମା : ଅଯଥାରେ ବଦନାମ କରାଯାଉଛି ବୋଲି କଲେ ଆକ୍ଷେପ !

37

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ବିହାର ଦୁଷ୍କର୍ମ ବିବାଦ । ଘଟଣା ଘଟିବା ପରେ ସାରା ଦେଶର ସେହି ମାମଲାରେ କେଉଁ ପ୍ରକାର ଦତନ୍ତ ହେଉଛି, କିପରି ତଦନ୍ତ ହେଉଛି ଓ କେଉଁମାନେ ଏହା କରୁଛନ୍ତି ତାହା ଉପରେ ସାରା ଦେଶର ନଜର ରହିଛି । ତେବେ ଆଜି ବିରୋଧୀଙ୍କ କଡା ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ନୀତଶ କୁମାର ଘଟଣାର ତଦନ୍ତ ସିବିଆଇକୁ ଦେଇଥିବା ସୂଚନା ମିଳିଛି ତେବେ ଏହା ଜାଣିବା ପରେ ବିହାରର ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ମଞ୍ଜୁ ବର୍ମା ଏହି ଘଟଣାରେ ତାଙ୍କ ସ୍ୱାମୀ ସଂପୃକ୍ତ ନାହାନ୍ତି ବୋଲି ସଫେଇ ଦେଇଛନ୍ତି। ସେଠାକାର ସ୍ଥାନୀୟ ଗଣମାଧ୍ୟମକୁ ଏକ ବିବୃତ ଦେଇ ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ମଞ୍ଜୁ ବର୍ମା କହିଛନ୍ତି ଯେ ସଂପୃକ୍ତ ସେଲଟର ହୋମ୍କୁ ତାଙ୍କ ସ୍ୱାମୀ ଚନ୍ଦନେଶ୍ୱର ବର୍ମା ନିୟମିତ ଭାବେ ଗସ୍ତ କରୁଥିବା ଏବଂ ସେଠାର ମହିଳା ଅନ୍ତେବାସୀଙ୍କ କୋଠରୀରେ ଦୀର୍ଘ ସମୟ ବିତାଉଥିବା ନେଇ ଯେଉଁ ଅଭିଯୋଗ ଉଠିଛି, ତାହା ସଂପୂର୍ଣ୍ଣ ମିଥ୍ୟା ଏବଂ ଅମୂଳକ। ୨୦୧୬ରେ ସଂପୃକ୍ତ ସେଲଟର ହୋମରେ ଆୟୋଜିତ ଏକ ଉତ୍ସବରେ ସେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ସହ ତାଙ୍କ ସ୍ୱାମୀ ଚନ୍ଦନେଶ୍ୱର ଯାଇଥିଲେ। ଏହାପରେ ସେ କିମ୍ବା ତାଙ୍କ ସ୍ୱାମୀ କେହିହେଲେ ଆଉ ଦ୍ୱିତୀୟ ଥର ପାଇଁ ସେଲ୍ଟେର ହୋମକୁ ଯାଇନାହାନ୍ତି ବୋଲି ନିଜ ସଫେଇରେ କହିଛନ୍ତି ମନ୍ତ୍ରୀ ଶ୍ରୀମତୀ ବର୍ମା।

ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଏହି ଲଜ୍ଜାଜନକ ଜଘନ୍ୟ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ସଂପୃକ୍ତ ସେଲଟର ହୋମକୁ ଅଭିଯୁକ୍ତ ଅଧିକାରୀ ତଦନ୍ତ କାଳରେପୋଲିସକୁ କହିଥିଲେ ଯେ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦନେଶ୍ୱର ବର୍ମା ନିୟମିତ ଭାବେ ସେଲଟର ହୋମ୍କୁ ଆସୁଥିଲେ ଏବଂ ମହିଳା ଅନ୍ତେବାସୀଙ୍କ କୋଠରୀରେ ଦୀର୍ଘ ସମୟ ବିତାଉଥିଲେ। ଏହି ଘଟଣା ପୂର୍ବରି କେତେ ଥର ମନ୍ତ୍ରୀଙ୍କ ସ୍ୱାମୀ ସେଠାକୁ ଯାଇଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ତେବେ ଯଦି ମନ୍ତ୍ରୀଙ୍କ ସ୍ୱାମୀ ସେଠାକୁ ୨୦୧୬ ମସିହା ପରେ ଯାଇନାହାନ୍ତି ତାହାଲେ କାହିଁକି ତାଙ୍କର ନାମ ଏପରି ଏକ ଘଟଣାରେ ଯୋଡି ହେଉଛି । ଯେଉଁମାନେ ଏହି ଘଟଣାରେ ଦୋଷୀ ସେମାନଙ୍କୁ କଠୋର ଦଣ୍ଡବିଧାନ କରିବା ପାଇଁ ଦାବୀ ହେଉଛି । ଯଦିଓ ବର୍ତ୍ତମାନ ସମୟରେ ସିବିଆଈ କାହାରିକୁ ନିଜ ହେପାଜତକୁ ନେଇ ନାହିଁ କିନ୍ତୁ ମନ୍ତ୍ରୀ ତାଙ୍କ ସ୍ୱାମୀ ଏହି ଘଟଣାରେ ଜଡିତ ନୁହନ୍ତି କହିବା କେତେ ସମ୍ମୀଚୀନ ତାହା ତଦନ୍ତ ପରେ ହିଁ ଜଣାପଡିବ ।