ଲାଲୁଙ୍କ ଘରେ ହାଇଭୋଲଟେଜ୍ ଡ୍ରାମା : ବୋହୁ ଏଶ୍ୱର୍ଯ୍ୟାଙ୍କ ଅଭିଯୋଗ, ଚୁଟି ଭିଡ଼ି ମାଡ଼ ମାରିବା ସହ ଘରୁ ବାହାର କରିଦେଇଛନ୍ତି ଶାଶୁ ରାବିଡ଼ି ଦେବୀ
କନକ ବ୍ୟୁରୋ : ଆରଜେଡ଼ି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଘରୋଇ କଳିର ଅନ୍ତ ଘଟୁନି । ଗତକାଲି ପାଟନାରେ ଥିବା ରାବଡି ଦେବୀଙ୍କ ଘରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଆଉ ତା’ପରେ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ୍ ପ୍ରତାପ୍ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ନିଜ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ଥାନାରେ ଏଫଆଇଆର୍ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶାଶୁ ରାବ୍ଡ଼ି ଦେବୀ ଚୁଟି ଭିଡ଼ି ମାଡ଼ ମାରିବା ସହ ବଳପୂର୍ବକ ଘରୁ ବାହାର କରିଦେଇଛନ୍ତି ବୋଲି ବୋହୂ ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି । ଶାଶୂଘର ଲୋକେ ଦୁର୍ବ୍ୟବହାର କରୁଛନ୍ତି ବୋଲି ଗତ ଅଳ୍ପ କେଇ ମାସ ମଧ୍ୟରେ ଏହା ହେଉଛି ଐଶ୍ୱର୍ଯ୍ୟାଙ୍କ ଦ୍ୱିତୀୟ ଅଭିଯୋଗ । ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି, ରାବ୍ଡ଼ି ଦେବୀ ମୋ କେଶ ଟାଣି ମାଡ଼ ଦେଇଛନ୍ତି । ୧୦ ସର୍କ୍ୟୁଲାର୍ ରୋଡ଼୍ ସ୍ଥିତ ଘରେ ମୁତୟନ ହୋଇଥିବା ଅଙ୍ଗରକ୍ଷୀମାନଙ୍କୁ ଲଗାଇ ମୋତେ ବଳପୂର୍ବକ ଘରୁ ବାହାର କରି ଦିଆଯାଇଛି ।
ରାବ୍ଡ଼ି ଦେବୀଙ୍କ ନାଁରେ ସଚିବାଳୟ ଥାନାରେ ଏଫ୍ଆଇର୍ ଦିଆଯାଇଛି । ଏସପିଙ୍କୁ ଡକାଇ ଐଶ୍ୱର୍ଯ୍ୟା ପରିସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଥିଲେ । ଆଉ ତା’ପରେ ଐଶ୍ୱର୍ଯ୍ୟାଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା । ତେବେ ପୋଲିସ୍ ସୂତ୍ରରୁ ଜଣାପଡ଼ିଛି, ଐଶ୍ୱର୍ଯ୍ୟାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି ।
ଏହା ଜାଣିବା ପରେ ଐଶ୍ୱର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ରାବଡିଙ୍କ ଘରେ ପହଞ୍ଚିଥିଲେ ସତ ହେଲେ କୌଣସି ସମସ୍ୟାର ସମାଧାନ ହୋଇ ନ ଥିଲା । ତେବେ ଘଟଣାର ତଦନ୍ତ ଲାଗି ସଚିବାଳୟ ଥାନାର ପୁଲିସ ଟିମ୍ ମଧ୍ୟ ୧୦, ସର୍କ୍ୟୁଲାର୍ ରୋଡ୍ ବାସଭବନକୁ ଯାଇଥିଲେ ।