ଅଷ୍ଟମ ପାସ୍ ପ୍ରାର୍ଥୀଙ୍କ ପାଇଁ ପୋଲିସରେ ବାହାରିଲା ନିଯୁକ୍ତି ! ଜାଣନ୍ତୁ କିପରି କରିବେ ଆବେଦନ ।

61

ଆପଣ ପୋଲିସ୍ ବିଭାଗରେ ଚାକିରୀ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଯାଇଛି ସୁବର୍ଣ୍ଣ ସୁଯୋଗ । କେବଳ ଅଷ୍ଟମ ଶ୍ରେଣୀ ପାସ୍ କରି ଆପଣ ପୋଲିସ୍ ବିଭାଗରେ ଚାକିରୀ ପାଇପାରିବେ । ରାଜସ୍ଥାନ ପୋଲିସ୍ ପକ୍ଷରୁ ହାବିଲଦାର ପୋଷ୍ଟ ପାଇଁ ୧୩୧୪୨ ଟି ପଦବୀ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ୩୧ ମଇ ୨୦୧୮ ରୁ ୧୪ ଜୁନ୍ ୨୦୧୮ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରି ପରୀକ୍ଷା ଦେଇପାରିବେ । ତେବେ ନିମ୍ନରେ ଉପଯୁକ୍ତ ପ୍ରାର୍ଥୀ କିଭଳି ଭାବେ ଆବେଦନ କରିବେ ତାହା ଦର୍ଶାଯାଇଛି । ପଦବୀ-ହାବିଲଦାର
କନେଷ୍ଟବଳ ଡିଜି : ୧୧୯୭୧ ପଦ
କନେଷ୍ଟବଳ ଚାଳକ : ୭୭୪ ପଦ
କନେଷ୍ଟବଳ ବେଣ୍ଡ : ୧୪୪ ପଦ
କନେଷ୍ଟବଳ ଘୋଡା ଚାଳକ : ୩୪ ପଦ
କନେଷ୍ଟବଳ ଅପରେଟର : ୨୦୨ ପଦ
କନେଷ୍ଟବଳ ଡଗ୍ ସ୍କ୍ୱାର୍ଡ : ୧୭ ପଦ
ଏହି ପଦବୀ ପାଇଁ ଆବେଦନ କରୁଥିବା ଆବେଦନକାରୀଙ୍କ ପାଖରେ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଅଷ୍ଟମ ଶ୍ରେଣୀ ପାସ୍ କରିବା ଆବଶ୍ୟକ ।
ବୟସ ସୀମା- ଏଥିରେ ଭର୍ତ୍ତି ହେବାକୁ ଆବେଦନ କରିଥିବା ଆଶାୟୀପ୍ରାର୍ଥୀଙ୍କ ବୟସ ସାମୀ କନେଷ୍ଟବଳ ପୁରୁଷଙ୍କ ୧୮ରୁ ୨୬ ବର୍ଷ ଏବଂ ମହିଳାଙ୍କ ୧୮ ରୁ ୩୧ ବର୍ଷ ବୟସ ମଧ୍ୟରେ ରଖାଯାଇଥିବା ବେଳେ ଅନ୍ୟ ସବୁ ପଦବୀ ପାଇଁ ପୁରୁଷଙ୍କ ବୟସ ସୀମା ୧୮ ରୁ ୨୩ ହୋଇଥିବାବେଳେ ମହିଳାଙ୍କ ବୟସ ସୀମା ୧୮ ରୁ ୨୮ ବୟସ ମଧ୍ୟରେ ରଖାଯାଇଛି ।
ଚୟନ ପ୍ରକ୍ରିୟା- ଶାରିରୀକ ସହନ ଶକ୍ତି ଏବଂ ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷାକୁ ଆଧାର କରି ଚୟନ ପ୍ରକ୍ରିୟା କରାଯିବ ଏବଂ ଏଥିପାଇଁ ଶାରୀରିକ ଆବଶ୍ୟକତା କିଛି ଏଭଳି ରଖାଯାଇଛି ।
ବେତନ : ଉପଯୁକ୍ତ ପ୍ରାର୍ଥୀଙ୍କୁ ମାସକୁ ୧୪,୬୦୦ ଟଙ୍କା ବେତନ ମିଳିବ ।
ଆଶାୟୀ ପ୍ରାର୍ଥି ଆବେଦନ କରିବା ପାଇଁ ୩୧ ମଇ ୨୦୧୮ ରୁ ୧୪ ଜୁନ୍ ୨୦୧୮ ପର୍ଯ୍ୟନ୍ତ http://police.rajasthan.gov.in ୱେବସାଇଟରେ ଆବେଦନ କରିପାରିବେ । ଅଧିକ ଜାଣିବା ପାଇଁ ୱେବସାଇଟରେ କ୍ଲିକ୍ କରନ୍ତୁ ।