ମୋଦିଙ୍କୁ ସେଲିବ୍ରିଟିଙ୍କ ଖୋଲା ଚିଠି ଲେଖିବା ପ୍ରସଙ୍ଗ । ଚିଠି ଲେଖିଥିବା ଲୋକଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ସେପଟେ ଆଉ ୧୮୦ଜଣ ପୁଣି ମୋଦିଙ୍କୁ ଲେଖିଲେ ଚିଠି

136

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚିଠି ଲେଖିଥିବା ୫୦ଜଣ ସେଲିବ୍ରିଟିଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲା ବନ୍ଦ୍ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ।  ଦେଶରେ ବଢ଼ୁଥିବା ଭିଡତନ୍ତ୍ରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚିଠି ଲେଖିଥିଲୋ ରାମଚନ୍ଦ୍ର ଗୁହା, ମଣିରତ୍ନମ ଏବଂ ଅପର୍ଣ୍ଣା ସେନଙ୍କ ସମେତ ୫୦ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖାଯିବାକୁ ବିରୋଧ କରି ଗତ ୪ତାରିଖରେ ବିହାରରେ ଏକ ଏଫଆଇଆର ରୁଜୁ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବିକୁ ଖରାପ କରିବାକୁ ଉଦ୍ୟମ କରାଯିବା ସହ ରାଜଦ୍ରୋହ, ଉପଦ୍ରବ କରିବା, ଶାନ୍ତି ଭଙ୍ଗ କରିବା ଉଦେଶ୍ୟରେ ଧାର୍ମିକ ଭାବନାକୁ ଆଘାତ ଦେବା ଆଦି ଆଧାରରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ । ଏବଂ ସେହି ଆଧାରରେ ମାମଲା ରୁଜୁ ହୋଇଥିଲା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରାଯାଇଥିଲା । ଶେଷରେ ମାମଲାକୁ ପ୍ରତ୍ୟାହାର କରି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଜାଫରନଗର ଏସଏସପି ।

Comments are closed.