ଇଂରାଜୀରେ ଲେଖା ହୋଇଥିବା କୋର୍ଟର ଅର୍ଡରକୁ ଗିରଫ ୱାରେଣ୍ଟ ଭାବି ନେଲା ପୁଲିସ୍, ନିର୍ଦ୍ଦୋଷ ଯୁବକଙ୍କୁ କଲା ଗିରଫ

ପୁଲିସ୍ ଜଣେ ନିର୍ଦ୍ଦୋଷୀକୁ କେବଳ ଗିରଫ କରିନି ବରଂ ତାକୁ କୋର୍ଟ ପର୍ଯ୍ୟନ୍ତ ପହଂଚାଇ ଦେଇଛି ।

112

ଏହାକୁ ପୁଲିସର ଦାଦାଗିରି କହିବା, ଆଇନ ଉପରେ ଅଜ୍ଞାନତା କିମ୍ବା ଇଂରାଜୀରେ ଅଜ୍ଞାନତା କହିବା । ବିହାର ପୁଲିସ୍ ଇଂରାଜୀରେ ଲେଖାଥିବା କୋର୍ଟର ଆଦେଶକୁ ଗିରଫ ୱାରେଣ୍ଟ ଭାବି ନେଇଛି । ଏହି ମାମଲାଟି ବିହାରର ଜହାନାବାଦ ଜିଲ୍ଲାର, ଯେଉଁଠି ପୁଲିସ୍ ଜଣେ ନିର୍ଦ୍ଦୋଷୀକୁ କେବଳ ଗିରଫ କରିନି ବରଂ ତାକୁ କୋର୍ଟ ପର୍ଯ୍ୟନ୍ତ ପହଂଚାଇ ଦେଇଛି ।

ଜିଲ୍ଲାର ମଖଦୁମପୁର ବଜାରରେ ରହୁଥିବା ବ୍ୟବସାୟୀ ନୀରଜ କୁମାରଙ୍କୁ ପୁଲିସର ଇଂରାଜୀରେ ଅଜ୍ଞାନତା କାରଣରୁ ଗୋଟିଏ ରାତି ଥାନାରେ ରହିବାକୁ ପଡିଛି । ପୀଡିତଙ୍କ କହିବାନୁସାରେ, ଗୋଟିଏ ରାତି ଥାନାରେ କାଟିବା ପରେ ସକାଳେ ହାତରେ ହାତକଡି ଲଗାଇ ପଟନା ସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହେବାକୁ ପଡିଲା ।

ନୀରଜ କୁମାର ଜଣାଇଲେ କି, ତାଙ୍କର ନିଜ ପତ୍ନୀ ସହିତ ଗତ ୬ବର୍ଷ ଧରି ବିବାଦ ଚାଲୁଛି । ସେହି ଜୀବନଯାପନ ଭତ୍ତା ପାଇଁ କୋର୍ଟରୁ ତାଙ୍କର ସଂପତ୍ତି ବିବରଣୀ ପାଇଁ ସ୍ଥାନୀୟ ଥାନାରେ ୱାରେଣ୍ଟ ଆସିଥିଲା, ଯାହାକୁ ସେଠାକାର ଅଧିକାରୀ ଓ ପୁଲିସ୍ କର୍ମୀ ଗିରଫ ୱାରେଣ୍ଟ ଭାବି ୨୫ ନଭେମ୍ବରକୁ ଦୋକାନକୁ ଆସି ଗିରଫ କରିନେଲେ । ଏହି ସଂପର୍କରେ ପୁଲିସ୍ ଅଧିକାରୀ ଏଏସପି ପଙ୍କଜ କୁମାର କହିଲେ କି, ଗିରଫ ଯୁବକଙ୍କ ସଂପତ୍ତି ଯାଂଚ କରିବାର ୱାରେଣ୍ଟି ଆସିଥିଲା । କିନ୍ତୁ ତାଙ୍କର ଗିରଫ କେମିତି ହେଲା ତାହା ଯାଂଚର ବିଷୟ ଏବଂ ଅତି ଶୀଘ୍ର ଯାଂଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣା ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।