ମୁଜଫରପୁରର ଯେଉଁ ହସ୍ପିଟାଲ୍ ରେ ଜୀବନ ହରାଇଥିଲେ ୧୬୫ ଶିଶୁ , ସେଠାରୁ ମିଳିଲା ନରକଙ୍କାଳ ! ତୁରନ୍ତ ଜାଞ୍ଚ୍ ପାଇଁ ମିଳିଲା ଆଦେଶ

397

ବିହାରର ମୁଜଫରପୁରର କୃଷ୍ଣା ମେଡିକାଲ୍ କଲେଜ୍ ଏବଂ ହସପିଟାଲରେ ନରକଙ୍କାଳ ମିଳିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ହସ୍ପିଟାଲରେ ମସ୍କିକ ଜ୍ୱରରେ ପୀଡିତ ହୋଇ ୧୬୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଛି । ମାନବ ଶରୀରର ଅଂଶ ମିଳିବା ପରେ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଟ୍ ଏସକେ ଶାହୀ କହିଛନ୍ତି , “ ଶବ ବ୍ୟବଚ୍ଛେଦ ବିଭାଗ ପ୍ରାଚାର୍ଯ୍ୟର ଅଧିନରେ ଆସିଥାଏ । କିନ୍ତୁ ଏଥିରେ ସମ୍ବେଦନାକୁ ଧ୍ୟାନ ଦିଆଯିବା ଆବଶ୍ୟକ । ମୁଁ ପ୍ରିନ୍ସିପାଲଙ୍କ ସହ କଥାବାର୍ତ୍ତା କରିବି । ଏହି ମାମଲାରେ ଜାଞ୍ଚ୍ ପାଇଁ ଜାଞ୍ଚ୍ କମିଟି ପ୍ରସ୍ତୁତ କରିବା ପାଇଁ କହିବି । ଶ୍ରୀ କୃଷ୍ଣା ମେଡିକାଲ୍ କଲେଜ୍ ଏବଂ ହସପିଟାଲରେ ଜାଞ୍ଚ୍ ଟିମ୍ ତଦାରଖ କରିବେ । ଯେଉଁଠାରେ ଅବଶେଷ ମିଳିଛି । ହସ୍ପିଟାଲରେ ଡା. ବିପିନ୍ କୁମାର କହିଛନ୍ତି , ଏଠାରେ ମାନବ କଙ୍କାଳର ଅବଶେଷ ମିଳିଛି । ଯାହାର ସମ୍ପୁର୍ଣ୍ଣ ବିବରଣୀ ପ୍ରିନ୍ସିପାଲ୍ ଦେବେ ।

 

ଆପଣଙ୍କୁ କହିରଖୁଛୁ ବିହାରରେ ଏବେ ପର୍ଯ୍ୟନ୍ତ ୧୬୫ ପିଲାଙ୍କ ମୃତ୍ୟୁ ହୋଇଯାଇଛି । ମୁଜଫରପୁରରେ ଶିଶୁମୃତ୍ୟୁ ମାମଲା ଲୋକସଭାରେ ମଧ୍ୟ ଉଙ୍ଖିସାରିଛି । ବିଜେପି ସଦସ୍ୟ ଶୁକ୍ରବାର ଲୋକସଭାରେ ଏନେଇ ଜାଞ୍ଚ୍ କରିବା ପାଇଁ କହିଥିଲେ । ଲିଚି ଫଳର ନାଁ ଆଳରେ ମୃତ୍ୟୁର ଅନ୍ୟ କୌଣସି ସାମଞ୍ଜସ୍ୟ ଥିବା ନେଇ ତଦାରଖ କରିବାକୁ ସେ କହିଥିଲେ । ବିହାରର ସାରଣ ଲୋକସଭା ସଦସ୍ୟ ରାଜୀବ ପ୍ରତାପ ରୁଡି ଏନେଇ ଶୂନ୍ୟକାଳରେ ଏହି ବିଷୟ ଉଠାଇଥିଲେ ଏବଂ ସେ କହିଥିଲେ ମୁଜଫରପୁରର ଅବସ୍ଥା ଖୁବ୍ ଚିନ୍ତାଜନକ । ସେ କହିଥିଲେ ଯେ ମୁଜଫରପୁରରେ ପିଲାଙ୍କ ଦ୍ୱାରା ଲିଚି ସେବନ କରିବାକୁ ନେଇ ଇନ୍ସେଫେଲାଇଟିସ୍ ର କାରଣ ହୋଇପାରେ । ଆମେ ପିଲାବେଳୁ ଲିଚି ଖାଇ ଆସୁଛୁ କିନ୍ତୁ ଆମକୁ ତ ଏଭଳି କିଛି ରୋଗ ହୋଇନାହିଁ । ରୁଡି କହିଥିଲେ କିଛି ଭ୍ରାମକ ବିବରଣୀକୁ ନେଇ ଅନେକ ଲୋକ ଲିଚି ଖାଇବା ତଥା ଲିଚି ଜୁସ୍ ପିଇବା ବନ୍ଦ କରିଦେଇଛନ୍ତି । ଏହାସହ ସେ କହିଛନ୍ତି ସରକାରଙ୍କୁ ଏନେଇ ଜାଞ୍ଚ୍ କରିବା ଆବଶ୍ୟକ । ମୁଜଫରପୁରରେ ମସ୍ତିଷ୍କ ଜ୍ୱରରେ ପୀଡିତ ଶିଶୁମୃତକୁ ଲିଚି ସହ ଯୋଡିବା ଦ୍ୱାରା ଭାରତର ଅନେକ ଲିଚି ଉତ୍ପାଦନ କରୁଥିବା ଚାଷୀଙ୍କ ଦାନାପାଣିକୁ ଗୋଇଠା ମାରିବାର ଷଡଯନ୍ତ୍ର ନୁହେଁ ତ ।