ଶେଷ ହେଲା କଳ୍ପନା ଜଳ୍ପନା ! ବିହାର ରାଜ୍ୟପାଳ ରାମନାଥ କୋବିନ୍ଦ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

34

କନକ ବ୍ୟୁରୋ : ବିହାର ରାଜ୍ୟପାଳ ତଥା ଦଳିତ ନେତା ରାମନାଥ କୋବିନ୍ଦଙ୍କୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭାଜପାର ଅଧ୍ୟକ୍ଷ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ।

ବୃତ୍ତିରେ ଜଣେ ଆଇନଜୀବୀ ରାମନାଥ କୋବିନ୍ଦ ଭାଜପା ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏଥିସହ ଦଳିତ ନେତା ରାମନାଥ ଉତ୍ତରପ୍ରଦେଶରୁ ଦୁଇ ଦୁଇ ଥର (୧୯୯୪-୨୦୦୦ ଓ ୨୦୦୦-୨୦୦୬) ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି । ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ରହିଥିବା ରାମନାଥ କୋବିନ୍ଦ ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ୧୯୪୫ ମସିହା ଅକ୍ଟୋବର ୦୧ ତାରିଖରେ ଉତ୍ତରପ୍ରଦେଶରେ ପରାଉଙ୍ଖଠାରେ ସେ ଜନ୍ମଗ୍ରହଣ କରିଥିଲେ।