ଯୁକ୍ତ ୨ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ ହୋଇଥିବା ଛାତ୍ରୀମାନଙ୍କ ପାଇଁ ଖୁସିଖବର ! ସରକାର ଦେବେ ୧୦ ହଜାର ଟଙ୍କାର ସ୍କଲାରସିପ୍ ।

25

ଯେଉଁ ଛାତ୍ରୀମାନେ ଯୁକ୍ତ ୨ ପରୀକ୍ଷାରେ ଭଲ ନମ୍ବର ରଖି ପାସ ହୋଇଛନ୍ତି, ସେମାନଙ୍କୁ ସରକାର ୧୦ ହଜାର ଟଙ୍କା ସ୍କଲାରସିପ୍ ଦେବା ପାଇଁ ଘୋଷଣା କରିଛନ୍ତି । ଏହି ସ୍କଲାରସିପ୍ ବିହାର ବୋର୍ଡର ଛାତ୍ରୀମାନଙ୍କ ପାଇଁ ବିହାର ସରକାର ଘୋଷଣା କରିଛନ୍ତି । ସରକାର କହିଛନ୍ତି ଯେ, ସମସ୍ତ ଅବିବାହିତ ପରୀକ୍ଷାର୍ଥୀ ମାନଙ୍କୁ ସ୍କୋଲାରସିପ ଦିଆଯିବ ଯେଉଁମାନେ ଯୁକ୍ତ ୨ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା ଅନୁସାରେ, ବର୍ଷରେ ଗୋଟିଏ ଥର ସ୍କଲାରସିପ୍ ଦିଆଯାଇଥାଏ । ଚଳିତବର୍ଷ ଅପ୍ରେଲ ମାସରେ ବିହାରର ରାଜ୍ୟ ମନ୍ତ୍ରୀମଣ୍ଡଳ ଏହି ଯୋଜନାକୁ ଲଞ୍ଚ କରିଥିଲେ । ତେବେ ସରକାର ସ୍କଲାରସିପ୍ ପ୍ରକ୍ରିୟାକୁ ଆରମ୍ଭ କରିଦେଇଛନ୍ତି । ଚୟନ ହୋଇଥିବା ଛାତ୍ରୀମାନଙ୍କୁ ସେମାନଙ୍କର ଅର୍ଥରାଶି ସିଧାସଳଖ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯିବ । ସୂଚନା ଅନୁଯାୟୀ, ଜୁନ ୬ ତାରିଖରେ ବିହାର ବୋର୍ଡର ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଏହି ପରୀକ୍ଷାରେ ୫୨.୯ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଥିଲେ, ଯେଉଁଥିରେ ସାଇନ୍ସରୁ ୪୪.୪୧, ଆର୍ଟସରୁ ୬୧ ପ୍ରତିଶତ ଏଭଂ କମର୍ସରୁ ୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଥିଲେ ।