ଅପବିତ୍ର ହେଲା ଗଙ୍ଗା ! ଗଙ୍ଗାରେ ସ୍ନାନ କରୁଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ,ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କଲେ ଦୁର୍ବୃତ୍ତ ।

43

ପବିତ୍ର ଗଙ୍ଗାନଦୀରେ ଯେଉଁଠି ଲୋକେ ଜୀବନକାଳ ଭିତରେ କରିଥିବା ପାପ ଧୋଇବାକୁ ଯାଆନ୍ତି ,ସେଠାରେ ଘଟିଛି ଏକ ଅପବିତ୍ର କାମ । ଗଙ୍ଗାନଦୀରେ ଗାଧୋଉଥିବା ସମୟରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ । ଘଟଣାଟି ଘଟିଛି ବିହାରର ପାଟଣାରେ । ନଦୀ ଭିତରେ ଶ୍ରେଷ୍ଠ ଗଙ୍ଗାନଦୀରେ ଏଭଳି କୁକର୍ମକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଛନ୍ତି । ମା’ବୋଲି କୁହାଯାଉଥିବା ଗଙ୍ଗା ମା’ର ପଠାରେ ଯାଇଛି ଝିଅର ଇଜ୍ଜତ । ସୋମବାର ପୀଡିତା ଗଙ୍ଗାନଦୀରେ ଗାଧୋଇବା ସମୟରେ ଦୁଇଜଣ ବ୍ୟକ୍ତି ଉକ୍ତ ସ୍ଥାନକୁ ଆସି ସେଠାରେ ତାଙ୍କୁ ଟଣାଓଟରା କରିଥିଲେ ଏବଂ ତାଙ୍କୁ ଭିଡି ଆଣି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଦୁଇ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମର ଭିଡିଓକୁ ସୋସିଆଲ୍ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ । ତେବେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତ ମଧ୍ୟରେ ଜଣକ ନାମ ଶିବପୂଜନ ମହତୋ ହୋଇଥିବା ବେଳେ ଅନ୍ୟଜଣକ ନାମ ବିଶାଳ । ଦୁଇଜଶ ଟ୍ରକ୍ ଡ୍ରାଇଭର ବୋଲି ଜଣାପଡିଛି ।

ତେବେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ପୀଡିତା ଗଙ୍ଗାମାତାଙ୍କ ରାଣ ପକାଇ ଏଭଳି କୁକର୍ମ ନକରିବାକୁ କହୁଥିବା ବେଳେ ଉଭୟ ଦୁର୍ବୃତ୍ତ ମହିଳାଙ୍କ କଥାକୁ କାନ ନଦେଇ ଦୁଷ୍କର୍ମ କରିବାରେ ଲାଗୁଛନ୍ତି । ତେବେ ଆତ୍ମହାନି ହେବାକୁ ନେଇ ମହିଳା ଏଯାଏଁ କୌଣସି ଏଫଆଇଆର ଦେଇନଥିବା ବେଳେ ଭିଡିଓ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି ।