ବେକାବୁ ହେଉଛି ବିହାର ବନ୍ୟା ପରିସ୍ଥିତି ! ସଙ୍କଟରେ ଲକ୍ଷାଧିକ ଜନଜୀବନ

18

କନକ ବ୍ୟୁରୋ : ବେକାବୁ ହେଉଛି ବିହାର ବନ୍ୟା ପରିସ୍ଥିତି । ସଙ୍କଟରେ ଲକ୍ଷାଧିକ ଜନଜୀବନ । ଗୋଟେ ପଟେ ବନ୍ୟା ସମସ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଲଗାଣା ବର୍ଷା ଯୋଗୁଁ ପରିସ୍ଥିତି ବିଗୁଡିଛି । ବନ୍ୟାରେ ଏପର୍ଯ୍ୟନ୍ତ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ନେପାଳରେ ଲଗାଣ ବର୍ଷା ଯୋଗୁଁ ଆସିଥିବା ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢି ୯୧କୁ ଛୁଇଁଛି । ୩୭ ଜଣଙ୍କ କୌଣସି ପତ୍ତା ମିଳୁନାହିଁ, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୧୧ ଲକ୍ଷ ଲୋକ ବାସହରା ହୋଇପଡିଛନ୍ତି ।

ନେପାଳ ଗୃହମନ୍ତ୍ରାଳୟର ସୂଚନା ଅନୁସାରେ ୨ ହଜାର ୮୭୪ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୧୮ ଜିଲ୍ଲାରେ ବନ୍ୟା ଜଳ ଜନବସତି ଓ ରାସ୍ତା ଉପରକୁ ମାଡି ଆସିଛି । ଉଦ୍ଧାରକାର୍ଯ୍ୟରେ ୨୦ ହେଲିକପ୍ଟର ନିୟୋଜିତ ହୋଇଛନ୍ତି । ଜଳ ବନ୍ଦୀ ଅଂଚଳରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରିଲିଫ ସାମଗ୍ରୀ ଯୋଗାଯାଉଥିବା ସୂଚନା ମିଳିଛି ।