‘ବିହାର ଝିଅ’ ଙ୍କୁ ହାରିବା ପାଇଁ ପ୍ରାର୍ଥୀ କରାଯାଉଛି : ନୀତିଶ କୁମାର

35

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ ନ କରିବା ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଛନ୍ତି, ମୀରା କୁମାରଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି । କେନ୍ଦ୍ରମନ୍ତ୍ରୀ ଓ ଲୋକସଭା ବାଚସ୍ପତି ଥିବା ସମୟରେ ସେ ଭଲ କାମ ବି କରିଥିଲେ ।

ତେବେ ବିହାରର ଝିଅକୁ ହରାଇବା ପାଇଁ ପ୍ରାର୍ଥୀ କରାଯାଇଛି ବୋଲି କଟାକ୍ଷ୍ୟ କରିଛନ୍ତି ନୀତୀଶ କୁମାର । ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଆୟୋଜିତ କରିଥିବା ଇଫତାର ପାର୍ଟିରେ କାଲି ନୀତିଶ କୁମାର ଯୋଗଦେଇଥିଲେ । ପୂର୍ବରୁ ରାମନାଥ କୋବିନ୍ଦଙ୍କୁ ସମର୍ଥନ ପାଇଁ ଘୋଷଣା କରିସାରିଛି ନୀତୀଶଙ୍କ ଦଳ ସଂଯୁକ୍ତ ଜନତା ଦଳ । ଏହାର ପୁନଃବିଚାର କରିବାକୁ ଲାଲୁ ନୀତିଶଙ୍କୁ ଅନୁରୋଧ କରିଛନ୍ତି ।