ନବୀନଙ୍କୁ ଆସିଲା ନୀତିଶଙ୍କ ଫୋନକଲ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ କ’ଣ ରହିବ ବିଜେଡିର ଆଭିମୁଖ୍ୟ ?

19

କନକ ବ୍ୟୁରୋ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ନବୀନଙ୍କୁ ଅନୁରୋଧ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କଲ ଯୋଗେ କଥା ହୋଇଥିବା ସୁଚନା ମିଳିଛି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ପ୍ରର୍ଥୀ କରିଛି ଏନଡିଏ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୂଖ୍ୟ କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଜେଡିୟୁକୁ ସମର୍ଥନ କରିବେ କି ନ କରିବେ ସେନେଇ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ସ୍ପଷ୍ଟ କରିବେ ବୋଲି ସୂଚନା ମିଳିଛି ।

ପୂର୍ବରୁ ରାଷ୍ଟ୍ରପତି ପ୍ରର୍ଥୀ ପାଇଁ ଜେଡିୟୁକୁ ସହାୟତା ମାଗିଥିଲା ବିଜେଡି । ବିଜେଡି ପ୍ରାର୍ଥୀ ପି.ଏ ସାଙ୍ଗମାଙ୍କୁ ସମର୍ଥନ କରିଥିଲା ଜେଡିୟୁ । ତେବେ ବିଜେଡି ସୁପ୍ରିମୋ ନବୀନଙ୍କ ଅଭିମୁଖ୍ୟ କ’ଣ ରହିବ ସେନେଇ ଆସନ୍ତା କାଲି ନବୀନ ଏହାକୁ ସ୍ପଷ୍ଟ କରିବେ ବୋଲି ସୁଚନା ମଳିଛି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରାର୍ଥୀ ପ୍ରସଙ୍ଗରେ ତିନୋଟି ଦଳ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବିଜେଡି ଏହି ରେସରେ ପ୍ରମୂଖ ଭୁମିକା ନିର୍ବାହ କରିବେ ବୋଲି ସ୍ପଷ୍ଟ ଜଣାପଡୁଛି । କାରଣ ୨୪୫ ଆସନରୁ ୧୨୨ ଆସନ ବିଜୟ ପାଇଁ ଆବଶ୍ୟକ ହେଉଥିବାବେଳେ, ବିଜେପି ଏବଂ ବିରୋଧୀଙ୍କୁ ଦରକାର ହେଉଛି ସେହି ମ୍ୟାଜିକ ନମ୍ବର ୧୨୨ । ତେବେ ବର୍ତ୍ତମାନ ବିଜେପି ପାଖରେ ୮୭ଟି ରାଜ୍ୟସଭା ସଂଖ୍ୟା ଗରିଷ୍ଠକତା ଥିବା ବେଳେ କଂଗ୍ରେସ ପାଖରେ ରହିଛି ୫୮ଟି ରାଜ୍ୟସଭା ଆସନ । ବର୍ତ୍ତମାନ ବିଜେପିକୁ ରୋକିବାକୁ ହେଲେ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ପଡିବ ବୋଲି ଆକଳନ କହୁଛି ।

ସେପଟେ ବିଜେଡି ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ଏବଂ ତୃଣମୂଳ କଂଗ୍ରେସର ଶୁଖେନ୍ଦୁ ଶେଖର ରଏଙ୍କ ନାଁ ମଧ୍ୟ ରେସରେ ଥିବା ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି । କିନ୍ତୁ କଂଗ୍ରେସ ସାଂସଦ ପିଜେ କୁରିଏନଙ୍କ କାର୍ୟ୍ୟକାଳ ସମୟସୀମା ସରିବା ପରେ ବର୍ତ୍ତମାନ କଂଗ୍ରେସ ଦଳକୁ ସୁହାଇଲା ଭଳି ପ୍ରାର୍ଥୀ ଦେବ ବୋଲି ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଅନ୍ୟପଟେ ନୀତିଶ ଓ ନବୀନଙ୍କ ମଧ୍ୟରେ ଆଲୋଚନା କଂଗ୍ରେସର ରଣନୀତିକୁ ଫିକା କରିଦେଲା ଭଳି ଆଶଙ୍କାରେ ରହିଛି କଂଗ୍ରେସ ।