ବିହାର ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ, ଦୋଷୀଙ୍କୁ ମିଳିବ କଡା ଶାସ୍ତି, ତଦନ୍ତ ଉପରେ ସରକାର ରଖିବେ ନଜର

25

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ତେଣୁ ସରକାର ବିଭିନ୍ନ ସମୟରେ ବିରୋଧୀଙ୍କ ଦ୍ୱାରା ସମାଲୋଚନା ମଧ୍ୟ ହୋଇଥାଆନ୍ତି । ତେବେ ଏପରି ମାମଲାକୁ ନେଇ ସରକାର ନୂଆ ଆଇନ ଆଣିବେ ବୋଲି ଚର୍ଚ୍ଚା ହେଉଥିଲା । ଆଇନ ଆଣିବା ପୂର୍ବରୁ ମଧ୍ୟ ଅନେକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଚିନ୍ତାରେ ସରକାର । ତେବେ ବହୁଚର୍ଚ୍ଚତ ମୁଜାଫରପୁର ସେଲ୍ଟର୍ ହୋମ୍ ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଲାଗି ଆଜି ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଦେଶ ଦେଇଛନ୍ତି।

 

ସିବିଆଇକୁ ତଦନ୍ତ ଭାର ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଚିଫ୍ ସେକ୍ରେଟାରି, ପ୍ରିନ୍ସିପାଲ୍ ହୋମ୍ ସେକ୍ରେଟାରି ଏବଂ ଡିଜିପିଙ୍କ ପ୍ରତି ଆଦେଶ ଜାରି କରିଛନ୍ତି। ତେବେ ଏହି ଦୁଷ୍କର୍ମ ମାମଲାରେ ନୀତିଶ କୁମାର କହିଛନ୍ତି: ମୁଜାଫରପୁର ସେଲ୍ଟର୍ ହୋମ୍ରେ ବଡ଼ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟ ପୁଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ନିରପେକ୍ଷ ତଦନ୍ତ ପାଇଁ ସରକାର ବଦ୍ଧପରିକର। କିନ୍ତୁ, ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରାଯାଉଛି। ଏଭଳି ଗୋଳମାଳିଆ ସ୍ଥିତି ହଟାଇବା ଲାଗି ମୁଖ୍ୟ ସଚିବ, ଗୃହ ସଚିବ ଏବଂ ଡିଜିପିଙ୍କୁ କୁହାଯାଇଛି ସେଲ୍ଟର୍ ହୋମ୍ର ସମଗ୍ର ମାମଲା ସିବିଆଇକୁ ହସ୍ତାନ୍ତର କରିବା ପାଇଁ। ମାତ୍ର ଦୁଇ ଦିନ ତଳେ ଡିଜିପି କେଏସ୍ ଦ୍ୱିବେଦୀ କହିଥିଲେ କି, ମାମଲାର ତଦନ୍ତ ପାଇଁ ବିହାର ପୁଲିସ ଯଥେଷ୍ଟ ଦକ୍ଷ ଥିବାରୁ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ।

 

୪୪ ଜଣ ଝିଅଙ୍କ ମଧ୍ୟରୁ ୨୯ ଜଣଙ୍କ ସହ ଦୁଷ୍କର୍ମ କରାଯାଇଛି ବୋଲି ଡାକ୍ତରୀ ମାଇନାରୁ ଜଣାପଡ଼ିଛି। ଆଉ ଆଠ ଜଣ ଅନ୍ତେବାସୀଙ୍କର ରିପୋର୍ଟ ଏ ଯାଏଁ ପୁଲିସର ହସ୍ତଗତ ହୋଇ ନାହିଁ। ଅଭିଭାବକ ମାନେ ଭଲରେ ପାଠ ପଢିବା ପାଇଁ ପିଲାମାନଙ୍କୁ ଛାଡିଥିବା ସମୟରେ ତାହା ମଧ୍ୟରେ ଯେଉଁ ଲଜ୍ଜାକର ଘଟଣା ଘଟିଛି । ତାହାକୁ ନେଇ ସାରା ରାଜ୍ୟରେ ବିାହର ସମାଲୋଚନା ହୋଇଛନ୍ତି । ତେବେ ଘଟଣା ସମ୍ପର୍କରେ କେବେ ତଥ୍ୟ ସମସ୍ତଙ୍କ ସାମନାତ୍କୁ ଆସିବା ତାହାକୁ ଅପେକ୍ଷା ରହିଛି ବୋଲି ସାଧାରଣ ଲୋକ କହିବା ସହ ଘଟଣାର ତଦନ୍ତ ଶୀଘ୍ର କରି ଦୋଷୀକୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବୀ କରିଥିବା ଜଣାପଡିଛି । ତେବେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସିବିଆଇକୁ ତଦନ୍ତ କରିବା ପାଇଁ ଦେଇଥିବା ସହ ରିପୋର୍ଟକୁ ଅପେକ୍ଷା କରିବା ପାଇଁ ନୀତିଶ କହିଛନ୍ତି । ତେବେ ଏପରି ଘଟଣାରେ ବିରୋଧୀମାନେ ମଧ୍ୟ ନୀତିଶଙ୍କୁ କଡାସମାଲୋଚନା କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି ।