ଡିଗ୍ରୀଧାରୀଙ୍କୁ ସରକାରୀ ଭେଟି : ସ୍ନାତକ ପାସ୍ କରିଥିବା ଛାତ୍ରୀଙ୍କୁ ମିଳିବ ୨୫ ହଜାର ଟଙ୍କା, ଜାଣନ୍ତୁ କେଉଁଠି କରିବେ ଆବେଦନ

417

ସ୍ନାତକ ପାସ୍ କରିଥିବା ଛାତ୍ରୀଙ୍କୁ ସରକାରଙ୍କ ତରଫରୁ ମିଳିବ ଉପହାର । ସରକାରଙ୍କ ପକ୍ଷରୁ ଏହିସବୁ ଛାତ୍ରୀ ମାନଙ୍କୁ ୨୫-୨୫ ହଜାର ଲେଖାଏଁ ଟଙ୍କା ପ୍ରୋତ୍ସାହିତ ରାଶି ଆକାରରେ ନିଆଯିବାକୁ ନିଷ୍ପତି ନିଆଯାଇଛି । ତେବେ ଏଭଳି ନିଷ୍ପତି ନେଇଛନ୍ତି ବିହାର ସରକାର । ନିକଟରେ ବସିଥିବା ଏକ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । କ୍ୟାବିନେଟ ଏଥିପାଇଂ ମୋଟ ୩୦୦ କୋଟି ଟଙ୍କାର ମଂଜରୁ ଦେଇଛନ୍ତି । ତେବେ ୨୪, ୨୦୧୮ ପରେ ସ୍ନାତକ କରିଥିବା ପ୍ରତ୍ୟେକ ଛାତ୍ରୀଙ୍କୁ କନ୍ୟା ଉତ୍ଥାନ ଯୋଜନା ଆଧାରରେ ନଗଦ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ଯୋଜନାରେ ଚଳିତ ବର୍ଷ ପାଖାପାଖି ୧.୨୫ ଲକ୍ଷ ଛାତ୍ରୀଙ୍କୁ ଲାଭ ମିଳିବ ।

ଏଠାରେ ଆମେ କହି ରଖୁଛୁ କି, ବିହାର କ୍ୟାବିନେଟ୍ ବୈଠକରେ ମୋଟ ୬ଟି ବଡ ନିଷ୍ପତି ନିଆଯାଇଛି । ଯେଉଁଥିରେ ଘର ନିର୍ମାଣ, ନିଯୁକ୍ତି ସ୍ଥାପନ ପ୍ରସ୍ତାବ ଆଦି ସାମିଲ ରହିଛି । ଅପରାଧ ଅନୁସଂଧାନ ପାଇଁ ମୋଟ ୧୩୨ ପଦବୀକୁ ସ୍ୱିକୃତ କରାଯାଇଛି । ଏଥିରେ ପୁଲିସ ଉପାଧିକ୍ଷକ, ଆଶୁ ସହାୟକ ସବ୍ ଇନ୍ସିପେକ୍ଟର ଏବଂ ଚାଳକ ସିପାହୀ ଆଦି ପଦବୀ ସାମିଲ ରହିଛି ।

ଏହାଛଡା ଘର ନିର୍ମାଣ କାର୍ଯ୍ୟ ବିଭାଗକୁ ୧କୋଟି ୭୫ ଲକ୍ଷ ୪୧ହଜାର ୭୬୮ ଟଙ୍କା ମଂଜରୁ କରାଯାଇଛି । ଏହା ଅନୁସାରେ ଜରୁରୀ ଘରଗୁଡିକର ନିର୍ମାଣ କରାଯିବ । ସେହିପରି ଭାଗଲପୁରରେ ନିର୍ମାଣ ହେବାକୁ ଥିବା ଭାରତୀୟ ସୂଚନା ପ୍ରାଧିଗୀକି ସଂସ୍ଥା ତଥା ଆଇଆଇଟିକୁ ୮୦ ଏକର ଜମି ମାଗଣାରେ ଦେବା ପାଇଁ ମଂଜରୁୀ ମିଳିଛି ।