ବନାରସରୁ ମୋଦିଙ୍କ ବିପକ୍ଷରେ ଲଢିପାରନ୍ତି ନୀତିଶ ? ମନ୍ତବ୍ୟ ବଦଳାଉଛନ୍ତି ନୀତିଶ ,୭ଟି କଥାରେ ଏନଡିଏ ସହ ମତାନ୍ତର

45

ଆଗାମୀ ସାଧାରଣ ନିର୍ବାଚନରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବନାରସରେ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି । ଏହାସହ ଏନଡିଏ ସହ ମେଣ୍ଟ ଭାଙ୍ଗି ପୁଣିଥରେ ଆରଜେଡିର ମହାମେଣ୍ଟରେ ସାମିଲ ହେଇପାରନ୍ତି ନୀତିଶ । ନୀତିଶ ଓ ଲାଲୁଙ୍କ ମଧ୍ୟରେ ଯେପରି ଭାବରେ ସମ୍ପର୍କ ରହିଛି ସେଠାରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ଆଗାମୀ ଦିନରେ ବିହାର ରାଜନୀତିର ପାଗ କେତେବେଳେ ବି ବଦଳି ଯାଇପାରେ । ଲାଲୁ ଜେଲରେ ଥିବା ସମୟରେ ନୀତିଶ ତାଙ୍କୁ ଫୋନ କରି ପୂର୍ବରୁ ଥିବା ମେଣ୍ଟରେ ଫେରିବେ ବୋଲି ସଂଙ୍କେତ ଦେଇସାରିଛନ୍ତି ।

ମନ୍ତବ୍ୟ ବଦଳାଉଛନ୍ତି ନୀତିଶ ,୭ଟି କଥାରେ ଏନଡିଏ ସହ ମତାନ୍ତର

ଯେହେତୁ ଏନଡିଏ ସହ ନୀତିଶଙ୍କ ୭ଟି କଥାରେ ମତାନ୍ତର ରହିଛି ତେଣୁ ସେ ପୂର୍ବ ମେଣ୍ଟକୁ ଫେରିବା ଲାଗି ଇଚ୍ଛା କରୁଛନ୍ତି । ଯଦି ମହାମେଣ୍ଟକୁ ଫେରନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ଆଉ ହେଇପାରିବେ ନାହିଁ । କାରଣ ଆରଜେଡିର ବିଧାୟକ ମାନେ ଏହାକୁ ସହମତି କରିବେ ନାହିଁ । ନୀତିଶଙ୍କଠାରୁ ଧୋକା ଖାଇଲା ପରେ ଆରଜେଡି ନିଜକୁ ଆଦୁରି ଅଧିକ ଶକ୍ତିଶାଳୀ କରୁଛି । ତେଣୁ ନୀତିଶ ମୁଖ୍ୟମନ୍ତ୍ରୀ ହେବା ଆଶା କ୍ଷୀଣ ।

ଏପଟେ ଏନଡିଏ ସହ ଯଦି ମେଣ୍ଟ ଭାଙ୍ଗିବେ ତେବେ ଆରେଜେଡିକୁ ଫେରିଲେ ନିଜର ସମ୍ମାନ ହାନି ହେବାର ଡର ରହିଛି । ଯଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ତେବେ ସେଠାରେ ଠିକ୍ ଅଛି । କିନ୍ତୁ ଜନତା ଏହା ବୁଝିବେ ଯେ, ନୀତିଶ କେଉଁଦଳରେ ବି ରହିପାରିବେ ନାହିଁ । ତେଣୁ ଏ ସମୟରେ ନୀତିଶ ଚିନ୍ତାରେ । ଏହା ଛଡା ନୀତିଶ କେନ୍ଦ୍ର ରାଜନୀତିରେ ମଧ୍ୟ ସକ୍ରିୟ ଭୂମିକା ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଯଦି ଆରେଜେଡିର ସପୋର୍ଟ ମିଳେ ତେବେ ସେ ମୋଦୀଙ୍କୁ ଅନ୍ୟ ବିରୋଧୀଙ୍କ ଦଳସହ ମିଶି କଡା ଟକ୍କର ମଧ୍ୟ ଦେଇପାରିବେ ଓ ସାରା ଭାରତରେ ତାଙ୍କର ପ୍ରସିଦ୍ଧି ଲାଭ ହେବ ।

୨୦୧୯ ସାଧାରଣ ନିର୍ବାଚନରେ ନୀତିଶଙ୍କୁ ବିରୋଧୀ ଦଳ ଗୁଡିକ ସମର୍ଥନ ଦେଲେ ସେ ମୋଦୀଙ୍କୁ କଡା ଟକ୍କର ମଧ୍ୟ ଦେଇପାରିବେ । ମୋଦୀଙ୍କ ଆସନ ଅର୍ଥାତ୍ ବନାରସରୁ ନୀତିଶ ଲଢିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ବନାରସ ଆସନରୁ ଓହରି ଯିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି ସ୍ପଷ୍ଟ ଚିତ୍ର ଆସି ନଥିଲେ ମଧ୍ୟ ନୀତିଶଙ୍କ ଲାଗି କିଛି ବି ଅସମ୍ଭବ ନୁହେଁ । କିନ୍ତୁ ଲୋକମାନଙ୍କ ବିଚାର ଧାରାକୁ ମଧ୍ୟ ନୀତିଶ ଅଦେଖା କରିବେ ନାହିଁ । ତେଣୁ ଆଗାମୀ ଦିନରେ କଣ ହେବ ବିହାର ରାଜନୀତିରେ ତାହା ଦେଖିବାକୁ ରହିଲା ।