ବକ୍ସର ଜିଲ୍ଲାପାଳଙ୍କ ଆତ୍ମହତ୍ୟା ପଛର କାହାଣୀ : ମୃତ୍ୟୁ ପୂର୍ବର ଭିଡ଼ିଓ ବଖାଣିଲା ଆତ୍ମହତ୍ୟାର କାରଣ

54

କନକ ବ୍ୟୁରୋ : ଆଇଏଏସ ଅଫିସର ତଥା ବିହାରର ବକ୍ସର କଲେକ୍ଟରଙ୍କ ଆତ୍ମହତ୍ୟା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆତ୍ମହତ୍ୟା କରିବା ପୂର୍ବରୁ କଲେକ୍ଟର ମୁକେଶ ପାଣ୍ଡେ ନିଜ ମୋବାଇଲରେ ନିଜର ବୟାନ ରେକର୍ଡ କରିଥିଲେ । ଏବେ ସେହି ଭିଡ଼ିଓ ସାମ୍ନାକୁ ଆସିଛି ।

ମୁକେସ କହୁଛନ୍ତି ତାଙ୍କ ପତ୍ନୀ ଓ ବାପା-ମାଆଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା । ଆଉ ଏହାକୁ ସେ ବରଦାସ୍ତ କରିପାରିଲେ ନାହିଁ । ୨୦୧୨ ବ୍ୟାଚର ଏହି ଆଇଏସ୍ ଅଫିସର ତାଙ୍କର ୫ ମିନିଟର ଭିଡିଓରେ ନିଜ ପତ୍ନୀଙ୍କ ସହ ତାଙ୍କର ଭିନ୍ନତା କଥା କହିଛନ୍ତି କିନ୍ତୁ ପୁଣି କହିଛନ୍ତି – ତାଙ୍କୁ ସେ ଖୁବ୍ ଭଲ ପାଆନ୍ତି ଏବଂ ‘ମାଇଁ ଲଭ୍ ଆୟୁ’ କହି ମଧ୍ୟ ଉଲ୍ଲେଖ କରିଛନ୍ତି ।

ମୁକେଶଙ୍କ ପତ୍ନୀ ପାଟନାର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଝିଅ ଏବଂ ବାହାଘର ପରେ ମୁକେଶଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଗଲା । ଯେଉଁଥିରୁ ସେ ନିଷ୍ପତ୍ତି ନେଲେ ଜୀବନର ହାରିବା ପାଇଁ । ମିଛ କହି ଦିଲ୍ଲୀ ଗଲେ । ଯେଉଁଠାରେ ପାଂଚ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଦେଲେ । ମୃତ ମୁକେଶ ପାଣ୍ଡେଙ୍କ ଜଣେ ବନ୍ଧୁ କହିଛନ୍ତି , ତାଙ୍କର ଝିଅ ଜନ୍ମ ହେବା ପରେ ତା’ର ନାଁ କ’ଣ ରଖା୍ିବ ବୋଲି ଜଣେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁକେଶ କହିଥିଲେ , ତାହା ତାଙ୍କ ଶାଶୁ ଶ୍ୱଶୁର ନିଷ୍ପତ୍ତି ନେବେ ।