ଫେଲ ଘୋଷିତ ଛାତ୍ରୀ ବିହାର ବୋର୍ଡ଼କୁ ଦେଖାଇଲେ ଆଇନା ! ଯାଂଚ ପରେ ରାଜ୍ୟର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ପାଇଲେ ସ୍ଥାନ

85

ଶିକ୍ଷା ହେଉଛି ମଣିଷର ମୌଳିକ ମାନବିକ ଅଧିକାର । ବ୍ୟକ୍ତି ହିସାବରେ ସମାଜ ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ପ୍ରତ୍ୟେକ ନାଗରିକର ଏହି ଅଧିକାର ରହିଛି । ବିଭିନ୍ନ ପ୍ରକାର ସୂଚନା ପ୍ରଯୁକ୍ତିର ଶିକ୍ଷା ପ୍ରଣାଳୀ ଦ୍ଵାରା ଶିକ୍ଷାର ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଛି । ଗଣମାଧ୍ୟମ, କମ୍ପ୍ୟୁଟର ଇତ୍ୟାଦି ଦ୍ଵାରା ଶିକ୍ଷକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା କରାଯାଇ ଶିକ୍ଷାକୁ ସାର୍ବଜନୀନ କରାଯାଇ କିପରି ସଶକ୍ତିକରଣ କରାଯାଇ ପାରିବ ସେ ନେଇ ସରକାର ଚେଷ୍ଟାରତ । ତେବେ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି କେବଳ ପିଲାର ଭବିଷ୍ୟତ ନୁହେଁ ଦେଶରେ ଭବିଷ୍ୟତ ସହ ଖେଳିବା ପରି କଥା । ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଯୋଗୁଁ ବିହାର ଜଣେ ଛାତ୍ରୀର ଭବିଷ୍ୟତ ଅନ୍ଧାର ରକ୍ଷା ହୋଇଯାଇଛି ।

ଘଟଣାଟି ଘଟିଛି ବିହାରରେ । ଜଣେ ଛାତ୍ରୀଙ୍କୁ ବୋର୍ଡ଼ ଫେଲ ଘୋଷିତ କଲା । କିନ୍ତୁ ହାର ମାନ ନଥିଲେ ଛାତ୍ରୀ ଜଣକ । ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସବୁକିଛି ସମ୍ଭବ ବୋଲି ସେ ପ୍ରମାଣ କରି ଦେଖାଇ ଦେଇଛନ୍ତି । ବିହାର ରାଜ୍ୟର ଗଙ୍ଗା ପ୍ରସାଦ ଟୋଲି ନାମକ ଏକ ଛୋଟ ଗାଁର ଝିଅ ପ୍ରିୟଙ୍କା ସିଂହ । ସେ ନିଜର ଆତ୍ମବିଶ୍ୱାସ ବଳରେ ବିଦ୍ୟାଳୟ ପରୀକ୍ଷା ସମିତିକୁ ଆଇନା ଦେଖାଇଛନ୍ତି । ସୂଚନାଯୋଗ୍ୟ ଦଶମ ପରୀକ୍ଷାରେ ବୋର୍ଡ଼ ଦ୍ୱାରା ପ୍ରିୟଙ୍କାଙ୍କୁ ଫେଲ ଘାଷିତ କରାଯାଇଥିଲା । ପ୍ରିୟଙ୍କା ଜଣେ ମଧାବୀ ଛାତ୍ରୀ ଥିବାରୁ ସେ ଜାଣିଥିଲେ ଲେ ସେ ପରୀକ୍ଷାରେ ନିଶ୍ଚିତ ଭଲ କିରବେ । କିନ୍ତୁ ପରକ୍ଷା ଫଳ ବାହାରିବା ବେଳକୁ ସେ ଜାଣିଲେ ସେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି । ତେବେ ଏଥିରେ ହାର ମାନ ନଯାଇ ପ୍ରିୟଙ୍କା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।  ଯାଂଚ ପରେ ପରୀକ୍ଷାରେ ହୋଇଥିବା ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା । ଯାଂଚ ପରେ ପ୍ରୟିଙ୍କା କେବଳ କୃତକାର୍ଯ୍ୟ ହୋଇନଥିଲେ, ପ୍ରଥମ ଶ୍ରେଣୀ ସହ ରାଜ୍ୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ମଧ୍ୟ ଅଧିକାର କରିଥିଲେ । ଏହି ମାମଲାରେ କୋର୍ଟ ବିହାର ବୋର୍ଡ଼କୁ ୫ ଲକ୍ଷ ଟଙ୍କାର ଜୋରିମାନ ଦେବା ପାଇଁ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ପ୍ରିୟଙ୍କା ବିହାରର ଡିଡି ହାଇସ୍କୁଲ ସିରଡ଼ିହାରେ ପରୀକ୍ଷା ଦେଇଥିଲେ । ତାଙ୍କର ରୋଲ କୋଡ଼ ୪୧୦୪୬ ଓ ରୋଲ ନମ୍ବର ୧୭୦୦୧୨୪ ଥିଲା । ତେବେ ପରୀକ୍ଷା ଫଳ ବାହାରିଲା ବେଳେ ଜଣାପଡ଼ିଲା ତାଙ୍କୁ ସଂସ୍କୃତରେ ମାତ୍ର ୯ ନମ୍ବର ମିଳିଥିଲା । ଯାହାଦ୍ୱାରା ସେ ପରୀକ୍ଷାରେ ଫେଲ ହୋଇଯାଇଥିଲେ । ଏହାସହ ବିଜ୍ଞାନରେ ମଧ୍ୟ ତାଙ୍କୁ ବହୁତ କମ ନମ୍ବର ମିଳିଥିଲା । ପରୀକ୍ଷା ଫଳ ଦେଖିବା ପରେ ପ୍ରିୟଙ୍କା ବହୁତ ଆଶ୍ଚର୍ଯ୍ୟ ହେଲେ । କାରଣ ସେ ଜାଣିଥିଲେ ସେ ଭଲ ନମ୍ବର ରଖି ବୋଡ଼ ପରୀକ୍ଷାରେ ଉତୀର୍ଣ୍ଣ ହେବେ । ତେବେ ପ୍ରିୟଙ୍କା ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ ।

ଅଭିଭାବକଙ୍କ ଅନୁମତି ନେଇ ସେ ଉତ୍ତର ଖାତା ଯାଂଚ ପାଇଁ ଫର୍ମ ଭରିଥିଲେ । କିନ୍ତୁ ବୋର୍ଡ଼ ‘ନୋ ଚେଞ୍ଜ’ କହି ତାଙ୍କୁ ପୁଣି ଥରେ ଫେଲ କରିଦେଇଥିଲେ । ତେବେ ମଧ୍ୟ ହାରି ନଥିଲେ ପ୍ରିୟଙ୍କା ନିଜ ଉପରେ ଥିବା ଆତ୍ମବିଶ୍ୱାସ ଯୋଗୁଁ ଓ ମା’ବାପାଙ୍କର ଭରସା ନେଇ ସେ ହାଇକୋର୍ଟରେ ପହଞ୍ଚିଥିଲେ ଓ ନ୍ୟାୟ ପାଇଁ ଗୁହାରୀ କରିଥିଲେ । ବିହାର ସ୍କୁଲ ପରୀକ୍ଷା ବୋର୍ଡ଼ ପ୍ରିୟଙ୍କାକୁ ସିହଂଙ୍କୁ ସେଠାରେ ମଧ୍ୟ ମିଥ୍ୟା ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥିଲେ । ଏହା ବ୍ୟତୀତ ପ୍ରିୟଙ୍କା ଉପର କୋର୍ଟ ଓ ବୋର୍ଡର ସମୟ ଅପବ୍ୟବହାରର ଆରୋପ ମଧ୍ୟ ଲଗାଇଥିଲେ ।

ତଥାପି ହାରି ନଥିିଲେ ପ୍ରୟିଙ୍କା । ପ୍ରିୟଙ୍କା କୋର୍ଟରେ କହିଲେ ମୁଁ ଯଦି ଫେଲ୍ ହୋଇଛି ତେବେ କୋର୍ଟରେ ମୋ ଉତ୍ତର ଖାତା ଦେଖାଯାଉ । ହାେଇକୋର୍ଟ ଉତ୍ତର ଖାତା ଦେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିହାର ବୋର୍ଡ଼ ଏଥିପାଇଁ ୪୦ ହଜାର ଟଙ୍କା ଜମା କରିବା ପାଇଁ କହିଥିଲେ । ଏବଂ ଯଦି ମିଛ ଯଦି ହୁଏ ତେବେ ଟଙ୍କା ଆଉ ଫେରସ୍ତ ହେବ ନାହିଁ ବୋଲି ମଧ୍ୟ ସର୍ତ୍ତ ରଖିଥିଲେ । ଟଙ୍କା ଜମା ପରେ କୋର୍ଟ, ବୋର୍ଡ଼କୁ ପ୍ରିୟଙ୍କାଙ୍କ ସଂସ୍କୃତ ଓ ବିଜ୍ଞାନ ଖାତା ଆଣିବା ପାଇଁ କହିଥିଲେ । ବୋର୍ଡ଼ ଖାତା ନେଇ ଆସିଲେ, କିନ୍ତୁ ଯାଂଚ ପରେ ପୁଣି ଗଡ଼଼ବଡ଼ ହୋଇଛି ବୋଲି କହିଲେ । ପ୍ରିୟଙ୍କା ନିଜେ ତାଙ୍କ ଖାତା ଦେଖିବା ପାଇଁ ଜଜଙ୍କୁ ଅନୁରୋଧ କରିଥିଲେ । ଉତ୍ତର ଥାତା ଦେଖିବା ପରେ ପ୍ରିୟଙ୍କା ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ତାଙ୍କ ଉତ୍ତର ଖାତା ବଦଳି ଯାଇଥିଲାି । ପ୍ରିୟଙ୍କା ଚ୍ୟାଲେଞ୍ଜ କରି ନିଜ ହସ୍ତାକ୍ଷର ନମୂନା ମଧ୍ୟ ଦେଖାଇଥଲେ । ତେବେ ପ୍ରିୟଙ୍କାଙ୍କ ହସ୍ତାକ୍ଷର ଓ ଉତ୍ତର ଖାତାରେ ଥିବା ହସ୍ତାକ୍ଷର ମିଶିଲା ନାହିଁ ।

ଏହାପରେ ପ୍ରକୃତ ଉତ୍ତର ଖାତା ଖୋଜା ଗଲା । ଯାଂଚ ପରେ ବୋର୍ଡ଼ର ପ୍ରକୃତ ଘୋଟାଲାର ପର୍ଦ୍ଦାଫାସ ହୋଇଥିଲା । ଯାଂଚ ପରେ ଜଣାପଡ଼ିଲା ପ୍ରିୟଙ୍କାଙ୍କ ଉତ୍ତର ଖାତାରେ କୋଡ଼ ଅଲଗା ପ୍ରକାର ଅଛି ବା ବଦଳାଯାଇଛି । ଅନ୍ୟ ଜଣେ ଛାତ୍ରୀଙ୍କ ଉତ୍ତର ଖାତା ସହ ପ୍ରିୟଙ୍କାଙ୍କ ଉତ୍ତର ଖାତା ଖାତା ବଦଳାଇ ଦିଆଯାଇଥିଲା । ଏହା ଜଣାପଡ଼ିବା ପରେ ବିହାର ବୋର୍ଡ଼କୁ ପାଂଚ ଲକ୍ଷ ଟଙ୍କାରେ ଜୋରିମାନା ଭରିବା ପାଇଁ କହିଥିଲେ କୋର୍ଟ । ଏବଂ ୨୦୧୭ ପରୀକ୍ଷାର ସମସ୍ତ ଉତ୍ତର ଖାତା ସୁରକ୍ଷିତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଇଠି ପ୍ରଶ୍ନ ଉଠୁଛି ପ୍ରିୟଙ୍କା ନ୍ୟାୟ ପାଇଲେ ମଧ୍ୟ ତାଙ୍କର ଯେତେ ସମୟ ନଷ୍ଟ ହେଲା ତାହା କ’ଣ ଆଉ ଫେରି ଆସିବ । ବୋର୍ଡ଼ର ଏପରି ଦୁର୍ନୀତରୁ ଅଳ୍ପକେ ରକ୍ଷା ପାଇଗଲେ ପ୍ରୟିଙ୍କା । କିନ୍ତୁ ଏପରି ଘଟଣା ପରେ ଅନ୍ୟ ପିଲାଙ୍କ ଭବିଷ୍ୟତ ଉପରେ ଏବେ ପ୍ରଶବାଚୀ ସୃଷ୍ଟି କରୁଛି ।