କନକ ବ୍ୟୁରୋ : ହାଇଦ୍ରାବାଦରେ ଖୋଲିଲା ଦେଶର ସବୁଠୁ ବଡ ମଲ୍ ଆଇକିୟା ଷ୍ଟୋର୍ । ଏହାର ଆକାର ୪ଟି ଫୁଟବଲ୍ ମଇଦାନ୍ ସହ ସମାନ ହେବ ବୋଲି କୁହାଯାଉଛି । ଖୋଲିବାର ପ୍ରଥମ ଦିନରେ ମଲରେ ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ମଲ୍ ୪ଲକ୍ଷ ବର୍ଗଫୁଟ୍ ଅଂଚଳରେ ତିଆରି ହୋଇଛି । ସ୍ୱିଡିଶ କମ୍ପାନୀ ଆଇକିୟା ଏହି ମଲ୍ ଜରିଆରେ ଭାରତୀୟ ବଜାରରେ ପ୍ରବେଶ କରିଛି । ମଲରେ ଏକ ହଜାର ସିଟ୍ ବିଶିଷ୍ଟ ବିଶାଳ ରେଷ୍ଟ୍ରୁରାଣ୍ଟ ରହିଛି ।

ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଏହି ମଲରେ ବିପୁଳ ରିହାତି ଦିଆଯାଉଛି । ଆସନ୍ତା ବର୍ଷ ମୁମ୍ବାଇରେ କମ୍ପାନୀ ଏଭଳି ଆଉ ଏକ ମଲ୍ ଖୋଲିବ । ମଲକୁ ନେଇ ହାଇଦ୍ରାବାଦରେ ବିଶେଷ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହି ମଲଟି ୪ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିବା ବେଳେ ମଲରେ ଏକ ହଜାର ସିଟ୍ ବିଶିଷ୍ଟ ରେଷ୍ଟ୍ରୁରାଣ୍ଟ ରହିଛି । ମଲ୍ ଖୋଲିବାର ଆଜି ପ୍ରଥନ ଦିନରେ ଲୋକମାନଙ୍କ ପ୍ରବଳ ବହଳି ଦେଖିବାକୁ ମିଳିଥିଲା ।