“ବିଗ୍ ବସ୍” ର ବଡ ମିଛ ! ହାସ୍ୟ-ଅଭିନେତ୍ରୀ ଭାରତୀ ଏବଂ ସ୍ୱାମୀ ହର୍ଷଙ୍କ ପ୍ରତିଯୋଗୀ ହେବାକୁ ନେଇ ଉଡିଥିଲା ଗୁଜବ । 

27

ଆରମ୍ଭ ହୋଇଛି ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ । ମାସେ ପୂର୍ବରୁ ଏହି ସୋ’ର ପ୍ରତିଯୋଗୀମାନଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋ’ରେ ଯୋଡ଼ି ହିସାବରେ ପ୍ରତିଯୋଗୀମାନେ ଯୋଗ ଦେବେ ବୋଲି ଖବର ସାମ୍ନାକୁ ଆସିଥିଲା । ସୋ’ର ତାରିଖ ଘୋଷଣା ହେବା ପରେ ପ୍ରତିଯୋଗୀ ହିସାବରେ ପ୍ରଥମେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କର ନାଁ ସାମ୍ନାକୁ ଆସିଥିଲା । ସେମାନେ ଏହି ସୋ’କୁ ଆସିବା ପାଇଁ କେତେ ଟଙ୍କା ନେବେ ଏବଂ ବିଗ୍ ବସ୍ ଘର ଭିତରେ ରହିବା ପାଇଁ ସେ କ’ଣ ଷ୍ଟ୍ରାଟେଜି ତିଆରି କରିଛନ୍ତି ତାହା ମଧ୍ୟ ସାମ୍ନାକୁ ଆସିଥିଲା । ଏହା ସହ ହର୍ଷ ଘରୁ ବାହାରିଗଲେ ମଧ୍ୟ ଭାରତୀ ନିଜେ ଏକା ସୋ’ ଜିତିବେ ବୋଲି କହିଥିବା ଦେଖା ଯାଇଥିଲା ।

କିନ୍ତୁ ସୋ’ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଏହି ସୋ’ରେ ପ୍ରତିଯୋଗୀ ଭାବେ ଯୋଗ ଦେଉ ନଥିବା ଖବର ସାମ୍ନାକୁ ଆସିଛି । ପ୍ରଶଂସକମାନଙ୍କ ମନରେ ସୋ’କୁ ନେଇ ଉତ୍ସାହ ବଢ଼ାଇବା ପାଇଁ ହର୍ଷ ଏବଂ ଭାରତୀଙ୍କୁ ଟଙ୍କା ଦେଇ ବିଜ୍ଞାପନ କରାଯାଇଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି । ସୋ’ ଆରମ୍ଭ ହେବା ପୂର୍ବରୁ ବିଗ୍ ବସ୍ର ଏହି ମିଛ ସମସ୍ତଙ୍କ ସାମ୍ନାକୁ ଆସିଯିବା ସହ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।