‘ଭାବିଜୀ ଘର ପେ ହୈ’ର ନିର୍ମାତାଙ୍କୁ ମିଳିଲା ତ୍ରାହି ! ଯୌନ ଶୋଷଣ ଅଭିଯୋଗକୁ ଫେରାଇନେଲେ ‘ବିଗବସ-୧୧’ର ବିଜୟନୀ ଶିଳ୍ପା ସିନ୍ଧେ

43

‘ବିଗବସ-୧୧’ର ବିଜୟନୀ ଶିଳ୍ପା ସିନ୍ଧେ ତଥା ‘ଭାବିଜୀ ଘର ପେ ହୈ’ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଶିଳ୍ପା  ସିନ୍ଧେ ପୁଣିଥରେ ଚର୍ଚ୍ଚାରେ । ସୂଚନା ଅନୁସାରେ, ‘ଭାବିଜୀ ଘର ପେ ହୈ’ର ନିର୍ମାତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଶିଳ୍ପା ଏହି ମାମଲାକୁ ଫେରାଇ ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ଶିଳ୍ପା ହଠାତ ଏପରି ନିଷ୍ପତି ନେବା କାରଣ କ’ଣ ? ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ । ତାଙ୍କର ଏପରି ନିଷ୍ପତିକୁ ନେଇ ସମସ୍ତେ ଆଶ୍ୱର୍ଯ୍ୟ ହୋଇଯାଇଛନ୍ତି ।

ଭାବିଜୀ ଶିଳ୍ପା ‘ଏନଡି ଟିଭି’ର ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପର ହୈ’ରେ ଅଙ୍ଗୁରୀ ଭାବୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସୋ’ରେ ତାଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପ୍ରସଂଶା କରିଥିଲେ । କିନ୍ତୁ ଏହି ଧାରାବାହିକର ନିର୍ମାତା ସହ ବାଦବିବାଦ ହେବା ପରେ ସେ ସୋ’ ଛାଡି ଦେଇଥିଲେ । ଶିଳ୍ପା ସୋ’ ଛାଡିବା ପରେ ନିର୍ମାତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଣି ଶିଳ୍ପା ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ । ଶିଳ୍ପା କିଛି ଦିନ ପୂର୍ବରୁ କଲର୍ସ ଚ୍ୟାନେଲ ସୋ’ ‘ବିଗବସ-୧୧’ରେ ପ୍ରତିଯୋଗୀ ରୂପେ ସାମିଲ ହୋଇଥିଲେ । ଏହି ସୋ’ରେ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବଂ ସୋ’ରେ ଟାଇଟଲ ମଧ୍ୟ ହାସଲ କରିଥିଲେ । ଏବେ ଶିଳ୍ପା ‘ବିଗବସ-୧୧’ରେ ବିଜୟନୀ ହେବା ପରେ ନିର୍ମାତା ଉପରେ ଆଣିଥିବା ଅଭିଯୋଗକୁ ଫେରାଇ ନେଇଛନ୍ତି ।

shilpa shinde

‘ଇଣ୍ଡିଆ ଟୁ ଡେ’ର ଖବର ଅନୁସାରେ, ଶିଳ୍ପାଙ୍କୁ ପ୍ରଡକ୍ସନ ହାଉସରୁ ବଳକା ରାଶି ମିଳିଯାଇଛି, ଯେଉଁଥି ପାଇଁ ଏହି ଅଭିଯୋଗକୁ ଶିଳ୍ପା ଫେରାଇ ନେଇଛନ୍ତି ବୋଲି ଶୁଣାଯାଉଛି । ଶିଳ୍ପା ଏକ ସାକ୍ଷାତକାରରେ କହିଥିଲେ ଯେ ‘ ଆଶ୍ୱର୍ଯ୍ୟର କଥା ଏହା କି ଏହି କେସ ହେବା ପରେ ନିର୍ମାତା ଏବଂ ଅନ୍ୟ କେତେକ କଳାକାର ମୋ ପାଖକୁ ଆସିଥିଲେ । କିନ୍ତୁ ଯେତେବେଳେ ମୁଁ ଅସୁବିଧାରେ ପଡିଥିଲି ସେତେବେଳେ ମୋ ପାଖକୁ କେହି ଆସି ନଥିଲେ । କିନ୍ତୁ ଏଥିରେ ସମସ୍ତେ ମୋ ପାଖକୁ ଆସି ଏହି କେସକୁ ସମାପ୍ତ କରିବା ପାଇଁ କହିଥିଲେ । ଶିଳ୍ପା ଏହା ବ୍ୟତୀତ କହିଥିଲେ ‘ସିନେ ଏଣ୍ଡ ଟିଭି ଆସୋସିଏସନ’ କାମ କରିବା ପରେ ବି ମୋର ତିନି ମାସର ଟଙ୍କା ଦେଇନଥିଲେ । ଏବେ ମୋତେ ସେସବୁ ମିଳି ଯାଇଛି ।