ବିଗବସ୍ -୧୧ : ବୟସ ଲୁଚାଉଛନ୍ତି ହିନା ଖାନ୍ ! ରହସ୍ୟ ଖୋଲିଲେ ବିକାଶ

48

ବିଗବସ୍-୧୧ରେ ମଙ୍ଗଳବାରକୁ ପ୍ରସାରିତ ହୋଇଥିବା ଏପିସୋଡରେ ଘରଲୋକ ଜଣେ ଦୁଇଜଣଙ୍କ ରାଜ୍ ଖୋଲିଛନ୍ତି । ଏହି ଏପିସୋଡରେ ବିଗବସ୍ ଲଗଜରୀ ବଜେଟ ଟାସ୍କ ପାଇଁ ଘର ଲୋକଙ୍କୁ ରୋବର୍ଟ ଏବଂ କର୍ମଚାରୀ ବନାଇଛନ୍ତି । ଯେଉଁ କାରଣରୁ ଘର ଲୋକଙ୍କୁ ଦୁଇଟି ଟିମରେ ବିଭକ୍ତ କରାଯାଇଛି । ଏହି ଟାସ୍କରେ ରୋବର୍ଟକୁ ନିଜ ଇମୋଶନକୁ କଂଟ୍ରୋଲ କରିବାର ଥିଲା । ଟାସ୍କରେ ରୋବର୍ଟ ହୋଇଥିବା ହିନା ଖାନଙ୍କୁ ବିକାଶ ଗୁପ୍ତା ବହୁତ କିଛି କହିଛନ୍ତି । ଏଥିରେ ବିକାଶ, ହିନା ଖାନଙ୍କୁ ତାଙ୍କ ଅସଲି ବୟସ ଲୁଚାଇବା କଥାକୁ ନେଇ ତାନା ମାରିଛନ୍ତି । ବିକାଶଙ୍କ କହିବା ଅନୁସାରେ ହିନା ଖାନ ତାଙ୍କ ପ୍ରକୃତ ବୟସକୁ ଲୁଚାଉଛନ୍ତି ଏବଂ ସେ ନିଜକୁ ୧ ବର୍ଷ କମ୍ କରି କହୁଛନ୍ତି ।

ଟାସ୍କରେ ହିନା ଖାନ, ପ୍ରିୟାଙ୍କ ଶର୍ମା, ଆକାଶ ଡଡଲାନି ଏବଂ ହିତେନ ତେଜୱାନି ରୋବର୍ଟ ହୋଇଛନ୍ତି । ସେମାନଙ୍କର ଭିନ୍ନ ପ୍ରକାରର ଇମୋଶନ ଦେଖିବାପାଇଁ ବିକାଶ ତାଙ୍କ ଟିମର ସଦସ୍ୟ ଶିଳ୍ପାଙ୍କ ସହିତ ଆସିଛନ୍ତି । ଏହାପରେ ହିନାଙ୍କୁ ଶିଳ୍ପା କହିଛନ୍ତିଯେ ସେ ବହୁତ ଭଲ ଅଭିନେତ୍ରୀ । କିନ୍ତୁ ବିକାଶ କହିଛନ୍ତିଯେ ସେ ଗୋଟିଏ ଶବ୍ଦକୁ ଧରି କଳହ ସୃଷ୍ଟି କରିଥାନ୍ତି । ସେ ଚାଲୁ ଶବ୍ଦକୁ ନେଇ ଏତେ ହଙ୍ଗାମା କରି ଦେଇଥିଲେଯେ ଯେମିତି ମୁଁ ତାଙ୍କୁ କିଛି କହିଦେଇଛି । ନିଜକୁ ସତ୍ୟର ମୂର୍ତ୍ତି କହୁଥିବା ହିନା ସବୁବେଳେ ମିଛ କହୁଥିବା କଥା ମଧ୍ୟ ଆଲୋଚନା ହୋଇଛି । କାରଣ ହିନା କହିଥିଲେଯେ ସେ ରୋହନଙ୍କ ଠାରୁ ୨ ବର୍ଷ ବଡ଼ । ତେବେ ରୋହନଙ୍କ ବୟସ ୨୮, ତେଣୁ ହିନାଙ୍କ ବୟସ ୩୦ ହେବା ଦରକାର, କିନ୍ତୁ ସେ ନିଜର ବୟସ ଲୁଚାଇ ୨୯ କହୁଛନ୍ତି, କାରଣ ଲୋକଙ୍କୁ ଲାଗୁଯେ ତାଙ୍କୁ ୩୦ ହୋଇନି ।