ଚର୍ଚ୍ଚାରେ ହିନା ଖାନ ! ନାୟିକାଙ୍କ ଶରୀରକୁ ନେଇ ଦେଲେ ବିବାଦୀୟ ବୟାନ

32

ବିବାଦୀୟ ଶୋ’ ବିଗବସ ସିଜନ-୧୧ରେ ନଜର ଆସିଥିବା ହିନା ଖାନ ଏବେ ପୁଣି ଥରେ ରହିଛନ୍ତି ଚର୍ଚ୍ଚାରେ । କେତେବେଳେ ଘରଲୋକଙ୍କ ସହ ଝଗଡା କରି ତ ପୁଣି କେତେବେଳେ ନିଜ ଡ୍ରେସ୍ କାରଣରୁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହିନା ଖାନ । ତେବେ ଏଥରକ କିନ୍ତୁ ଅଲଗା ଏକ କାରଣ ପାଇଁ ହିନା ଚର୍ଚ୍ଚାରେ ଆସିଛନ୍ତି ।

ସୂଚନା ମୁତାବକ, ଦକ୍ଷୀଣି ଅଭିନେତ୍ରୀଙ୍କ ମୋଟାପଣକୁ ପରିହାସ କରି ଟାର୍ଗେଟରେ ରହିଛନ୍ତି ହିନା ଖାନ । ତେବେ ଏହି ବିବାଦରେ ଫସିବା ପରେ ଅନେକ ଅଭନେତ୍ରୀମାନେ ମଧ୍ୟ ତାଙ୍କୁ ଏହାର କଡା ଜବାବ ଦେଇଛନ୍ତି । ହେଲେ ଜଣେ ଏଭଳି ଅଭିନେତ୍ରୀ ଅଛନ୍ତି ବି ରହିଛନ୍ତି ଯିଏକି ହିନା ଦେଇଥିବା ଟିପ୍ପଣୀକୁ ନେଇ ତାଙ୍କୁ ନିନ୍ଦା କରିଛନ୍ତି । ଖାଲି ନିନ୍ଦା ନୁହେଁ ଏଥିସହିତ ସେ ହିନାକୁ ଚାପୁଡା ମାରିବା କଥା କହିବାକୁ ବି ପଛେଇ ନାହାଁନ୍ତି ।

ଚଳଚ୍ଚିତ୍ର ‘ଶାଦୀ ମେଁ ଜରୁର ଆନା’ରେ ରାଜକୁମାର ରାଓଙ୍କ ନାୟିକା ରୂପେ ନଜର ଆସିଥିବା ଅଭିନେତ୍ରୀ କୀର୍ତ୍ତି ଖରବନ୍ଦା ହିନାଙ୍କ ଉଦ୍ଦେଶ୍ୟରେ ଏଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି କି, ମୁଁ ମଧ୍ୟ ସାଉଥ ଚଳଚ୍ଚିତ୍ରରେ କାମ କରିସାରିଛି ଏବଂ ଓଜନ ବଢାଇବା କିମ୍ବା କମାଇବା ସିନେମାରେ ଥିବା ଭୂମିକା ଉପରେ ନିର୍ଭର କରିଥାଏ । ଏହି ବିଷୟକୁ ଏତେ ମାତ୍ରାରେ ଗୁରୁତ୍ୱ ଦେବା କୋ÷ଣସି ଯୁକ୍ତିଯୁକ୍ତ ନୁହେଁ । ମୁଁ ହିନା ଖାନଙ୍କୁ ବହୁତ ସମ୍ମାନ କରେ ସେ ଧାରାବାହିକ ଜଗତରେ ଜଣେ ଲୋକପ୍ରିୟ ଚେହେରା । ମାତ୍ର ତାଙ୍କ ବୟାନରେ ମୁଁ ଖୁବ୍ ଦୁଃଖିତ ।