ସେଲିବ୍ରିଟିଙ୍କୁ ପଛରେ ପକାଇଲେ ଇଣ୍ଡିଆୱାଲା ! ବିଗ୍ ବସ୍ ସିିଜିନ-୧୦ରେ ମନବୀର ଗୁଜ୍ଜର ଚାମ୍ପିୟନ

21

ସେଲିବ୍ରିଟିଙ୍କୁ ପଛରେ ପକାଇଲେ ଇଣ୍ଡିଆୱାଲେ ପାଟିସିପେଂଟ୍ । ଟିଭି ରିୟଲିଟି ସୋ ବିଗ୍ ବସ୍ ସିଜିନ-୧୦ର ବିଜେତା ହୋଇଛନ୍ତି ମନବୀର୍ ଗୁଜ୍ଜର । ଗତକାଲି ଅନୁଷ୍ଠିତ ହୋଇଥିବା ଗ୍ରାଣ୍ଡ ଫିନାଲେରେ ବାନୀ ଜେ’ଙ୍କୁ ପଛରେ ପକାଇ ସିଜିନ-୧୦ ଚାମ୍ପିୟନ ହୋଇଛନ୍ତି ମନବୀର । ଶେଷ ୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ ଲୋପାମୁଦ୍ରା ରାଉତ, ବାନୀ ଜେ ଏବଂ ମନବୀର ଗୁଜ୍ଜର । ତେବେ ଭୋଟିଂ ମାଧ୍ୟମରେ ହେଉଥିବା ଏହି ବିଜେତା ଚୟନ ପ୍ରକିୟାରେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି ମନବୀର ।

ତେବେ ବିଗ୍ ବସ୍-୧୦ର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗୀ ମନୁ ପଂଜାବୀ ଅନ୍ତିମ ପର୍ଯ୍ୟାୟରେ ପ୍ରତିଯୋଗିତାରୁ ଓହରିଯାଇଥିଲେ । ୧୦ ଲକ୍ଷ ଟଙ୍କା ନେଇ ସେ ଫାଇନାଲ ପ୍ରତିଯୋଗିତାରୁ ଓହରି ଯିବାକୁ ନିଷ୍ପତି ନେଇଥିଲେ । ଫଳରେ ୫୦ ଲକ୍ଷ ଥିବା ଏହି ବିଜେତା ପୁରସ୍କାର ରାଶି ୪୦ ଲକ୍ଷକୁ ଖସି ଆସିଥିଲା । ଆଉ ଶେଷରେ ଭୋଟିଂରେ ସମସ୍ତଙ୍କୁ ପଛରେ ପକାଇ ଚାମ୍ପିୟନ ହୋଇଛନ୍ତି ମନବୀର ଗୁଜ୍ଜର । ପୁରସ୍କାର ସ୍ୱରୁପ ତାଙ୍କୁ ୪୦ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଛି । ଦୀର୍ଘ ୩ ମାସ ଧରି ଚାଲିଥିବା ଏହି ଟିଭି ରିୟଲିଟି ସୋ’ରେ ଏଥର ପ୍ରଥମଥର ପାଇଁ ଇଣ୍ଡିଆୱାଲେ ଅର୍ଥାତ୍ ସାଧାରଣ ଜନତା ଏଥିରେ ସାମିଲ ହୋଇଥିଲେ ।