ସେବାୟତଙ୍କୁ ସାତଖୁନ୍ ମାଫ୍ : ଶ୍ରୀମନ୍ଦିର ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

37

ଯାହା ଚାହିଁଲେ ତାହା କଲେ କାହାକୁ କଲେନି ଖାତିର , ଏପରିକି ଶ୍ରୀମନ୍ଦିର ପ୍ରଶାସନ ଲଗାଇଥିବା କଟକଣାକୁ ମଧ୍ୟ ବୃକ୍ଷେପ କଲେନି । ମନରେ ଆସିଯାଇଥିଲା ଏତେ ଆସ୍ପର୍ଦ୍ଧା ଯେ ଯାହା ଚେତାବନୀ ଦେଇଥିଲେ ତାକୁ କରିବାକୁ ପଛଘୁଂଚା ଦେଇନଥିଲେ ଏହାହିଁ ରହିବ ଆଜିର ବିଗ୍ ଡିବେଟ୍ ର ଫୋକସ୍ ପଂଏଟ୍ । ଏଠି ପ୍ରଶ୍ନ ଉଠୁଛି ଯେ ଜଗନ୍ନାଥଙ୍କ ସାମ୍ନାରେ ସବୁବେଳେ ଦୁଇଟି ନିୟମ ଆସିଯାଉଛି ଏବଂ ଶ୍ରୀମନ୍ଦିର ପ୍ରଶାସନ ସେଠି ସାଜୁଛି ନିରବଦ୍ରଷ୍ଟା, ଧୀରେଧୀରେ ସେବାୟତଙ୍କ ବ୍ୟକ୍ତିଗତ ସଂପତି ହେଇଯାଉଛନ୍ତି ଶ୍ରୀଜଗନ୍ନାଥ ଯାହାଙ୍କୁ କି ୪ କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଭାବରେ ଗ୍ରହଣ କରାଯାଏ । ଏହା ସବୁ ଜଗନ୍ନାଥପ୍ରେମୀଙ୍କ ମନରେ କ୍ଷୋଭ ସୃଷ୍ଟି କରୁଛି । ଏହି ତମାମ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍