ଭାରତୀୟ ବୈଜ୍ଞାନିକଙ୍କ ବଡ ସଫଳତା ! ନିର୍ମାଣ କଲେ ବିଶ୍ୱର ସବୁଠାରୁ ବଡ ଟେଲିସ୍କୋପର ମୁଖ୍ୟ ଯନ୍ତ୍ରାଂଶ ।

28

ନ୍ୟାସନାଲ ସେଣ୍ଟର ଫର୍ ରେଡିଓ ଏଷ୍ଟ୍ରୋଫିଜିକ୍ସ (ଏନସିଆରଏ) ନେତୃତ୍ୱରେ ଭାରତୀୟ ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ୍ ପ୍ରକଳ୍ପ ‘ଏସକେଏ’ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି । ଏସକେଏ ପାଇଁ କାମ କରୁଥିବା ମୋଟ ୧୨ ଜଣ ଅନ୍ତର୍ଜାତୀୟ ଇଂଜିନିୟରିଂ ଟିମରେ ଭାରତୀୟ ବୈଜ୍ଞାନିକମାନେ ସର୍ବାଧିକ ଯୋଗଦାନ କରିଛନ୍ତି ଏବଂ ଆଗୁଆ ସେମାନଙ୍କ କାମ ଶେଷ କରିଛନ୍ତି । ‘ଟେଲିସ୍କୋପ୍ ମ୍ୟାନେଜର ନର୍ଭସ୍ ସିଷ୍ଟମ୍’କୁ ଭାରତୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି ଯାହାକି ଟେଲିସ୍କୋପର ନିୟନ୍ତ୍ରଣ, ପରିଚାଳନା ଏବଂ ସଂଚାଳନ କାମ କରିବା ।

ଏସକେଏ ଟେଲିସ୍କୋପ୍ ପ୍ରକଳ୍ପ ବିଶ୍ୱର ସବୁଠାରୁ ବଡ଼ ରେଡିଓ ଟେଲିସ୍କୋପ୍ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ଏସକେଏ ୱେବସାଇଟରେ କୁହାଯାଇଛି ଏହି ରେଡିଓ ଟେଲିସ୍କୋପ୍ ଗୋଟିଏ ଦିନରେ ଏତେ ଡାଟା ସଂଗ୍ରହ କରିପାରିବ, ଯାହାକୁ ଆଇପ୍ୟାଡରେ ଦେଖିବା ପାଇଁ ୨୦ ଲକ୍ଷ ବର୍ଷ ଲାଗିଯିବ । ଏହା ଆକାଶର ବିସ୍ତତ ଅଧ୍ୟୟନ କରିବ ଏବଂ ଏହାର ଆକାର ଭାରତର ଜାୟାଣ୍ଟ୍ ମିଟରୱେବ ରେଡିଓ ଟେଲିସ୍କୋପ୍ (ଜିଏମଆରଟି)ଠାରୁ ପ୍ରାୟ ୫୦ ଗୁଣ ବଡ଼।