ଏପରି ଏକ ପଥର, ଯାହାକୁ ପିଟିଲେ ବାହାରୁଛି କଂସା ବାସନର ଶବ୍ଦ ! ବୈଜ୍ଞାନିକ ବି ଖୋଜି ପାଉନାହାଁନ୍ତି ଏହାର ରହସ୍ୟ ।

49

ପଥରକୁ ପିଟିଲେ ସେଥିରୁ ବାହାରୁଛି କଂସା ବାସନ ଭଳି ଶବ୍ଦ । ସରଗୁଦା ଜିଲ୍ଲାର ଦରିମା ନିକଟବର୍ତ୍ତି ଛିନ୍ଦକାଲୋ ଗାଁରେ ଏକ ବିସାଳ ପଥର ପ୍ରାୟ ହଜାର ବର୍ଷ ହେବ ରହସ୍ୟ ହୋଇ ପଡିରହିଛି । ଏହି ବିସାଳ ପଥରର ଆକୃତି ଅନ୍ୟ ପଥର ଠାରୁ ସମ୍ପୁର୍ଣ୍ଣ ଅଲଗା । ସବୁଠାରୁ କଥା ହେଉଛି ଏହି ପଥରକୁ ପିଟିଲେ ସେଥିରୁ କଂସା ବାସନକୁ ପିଟିଲା ଭଳି ଶବ୍ଦତ୍ପନ୍ନ ହେଉଛି । ସେଠାକାର ଲୋକେ ଏହି ପଥରର ନାମ ଠିନଠିନ୍ ପଥର ରଖିଛନ୍ତି । ଏପରି ଅଦ୍ଭୁଦ ଶବ୍ଦ ବାହାରୁଥିବା ପଥରକୁ ନେଇ ବୌଜ୍ଞାନିକମାନେ ଅନେକ ପରିକ୍ଷା କରିଛନ୍ତି । କିନ୍ତୁ କୌଣସି ସଫଳତା ମିଳିପାରି ନାହିଁ । ଏବେବି ଏହି ପଥର ଏକ ରହସ୍ୟ ହୋଇ ରହିଛି ।

ଗ୍ରାମିଣ ଲୋକଙ୍କ କହିବା ଅନୁସାରେ, ବହୁ ବର୍ଷ ପୂର୍ବରୁ ଏହି ପଥର ଆକାଶରୁ ପୃଥୀବି ପୃଷ୍ଠରେ ଗଳିଛି । ୨ବର୍ଷ ପୂର୍ବେ ଫିଜିକାଲ ଲ୍ୟାବୋରେଟ୍ରି ରିସର୍ଚ୍ଚ ଅହମଦାବାଦର ଜଣେ ବୈଜ୍ଞାନିକ ଡ.ରିଷିତୋଶ ସିନା ଏହି ପଥରକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ । ଡ. ରିଷିତୋଶ ସିନା ପଥରକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା କରିବା ସତ୍ୱେ ବି କୌଣସି ପ୍ରକାର ସଫଳତା ପାଇପାରିନଥିଲେ । ସେ ଗଲାବେଳେ ତାଙ୍କ ସହିତ ଏହି ପଥରର କିଛି ଛୋଟ ଛୋଟ ଖଣ୍ଡ ନେଇଯାଇଥିଲେ । କାରଣ ସେ ଜାଣିବାକୁ ଚାହୁଁଥିଲେ ପ୍ରକୃତରେ ଏହି ପଥରରୁ ଏପରି ଶବ୍ଦ କିପରି ବାହାରୁଛି ।

ସୂଚନା ମୁତାବକ, ୧୯୬୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦରିମା ଏୟାରପୋର୍ଟ ବୁଲିବାକୁ ଆସିଥିଲେ । ସେତେବେଳେ ଗାଁ ଲୋକଙ୍କ ଠାରୁ ଏହି ପଥର ବିଷୟରେ ଜାଣିବା ପରେ ଇନ୍ଦିରା ଗାନ୍ଧି ଏହି ପଥରକୁ ଦେଖିବାକୁ ଯାଇଥିଲେ । ଏବେ ଯାଏ ଏହି ପଥରକୁ ନେଇଁ ପରିକ୍ଷଣ କରାଯାଇ ସାରିଲାଣି ତଥାବି ଆଜି ଯାଏ କୌଣସି ସଫଳତା ମିଳିପାରି ନାହିଁ ଏବଂ ଏହି ପଥର ଏବେବି ଏକ ରହସ୍ୟ ହୋଇ ରହିଛି ।