ଅଫର.ଅଫର..ଅଫର…! ଗଣତନ୍ତ୍ର ଦିବସ ଉପଲକ୍ଷେ ଆମାଜନ ଓ ଫ୍ଲିପକାର୍ଟର ମହାସେଲ, କ୍ୟାସବ୍ୟାକ ସହ ଜବରଦସ୍ତ ଡିସକାଉଣ୍ଟ ପାଇବେ ଗ୍ରାହକ

90

ଅନଲାଇନ ସପିଙ୍ଗ କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଗଣତନ୍ତ୍ର ଦିବସ ଅବସରରେ ଅନଲାଇନ କମ୍ପାନି ଆଗାମୀ ତିନି ଚାରି ଦିନ ପର୍ଯ୍ୟନ୍ତ ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି । ଏପରିକି ଏହି ଅବସରରେ କମ୍ପାନି ଗୁଡିକ ଆଜି ଠାରୁ ଅଥାର୍ତ ୨୧ ତାରିଖରୁ ସେଲ ଘୋଷଣା କରିଛନ୍ତି । ଦୁଇ ଅଗ୍ରଣୀ ଅନଲାଇନ ସପିଙ୍ଗ କମ୍ପାନି ଫ୍ଲିପକାର୍ଡ ଓ ଆମାଜନ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷର୍ତ କରିବା ପାଇଁ ମନଲୋଭା ଅଫର ଦେଉଛନ୍ତି । ଖାସକରି ମୋବାଇଲ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ଦେଉଛନ୍ତି ଏହି ଦୁଇ କମ୍ପାନି ।

flipkart-amazonଆମାଜନ ୨୧ ଜାନୁଆରୀରୁ ବିଗ୍ ସେଲ ଆରମ୍ଭ କରିଛି । ଯାହା ୨୪ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ମୋବାଇଲ ଓ ଅନ୍ୟ ସାମଗ୍ରୀ କିଣିବା ଦ୍ୱାରା ଡିସକାଉଣ୍ଟ ମିଳିବା ସହ କ୍ୟାସବ୍ୟାକ ପାଇପାରିବେ ଗ୍ରାହକ । ସେହିଭଳି ଫ୍ଲିପକାର୍ଟ ମଧ୍ୟ ଜାନୁଆରୀ ୨୧ ତାରିଖରୁ ମହାସେଲ ଆରମ୍ଭ କରିଛି ।ଯାହା ୨୩ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବିଭିନ୍ନ ମଡେଲର ମୋବାଇଲ ଉପରେ ଆର୍କଷଣୀୟ ଡିସକାଉଣ୍ଟ ଦେଉଛି ଫ୍ଲିପକାର୍ଟ । ଏହାଛଡା ବିଭିନ୍ନ ଫ୍ୟାସନ ସାମଗ୍ରୀ ଓ ଘରକରଣା ସାମଗ୍ରୀ ଉପରେ ମଧ୍ୟ ରିହାତି ଦେଉଛି ଫ୍ଲିପକାର୍ଟ । ଏହାଛଡା କିଛି ସାମଗ୍ରୀ ଉପରେ ୮୦ ପ୍ରତିଶତ ରିହାତି ଦେବା ସହ କ୍ୟାସବ୍ୟାକ ମଧ୍ୟ ଦେଉଛି କମ୍ପାନି ।

ସେହିଭଳି ଏଚଡିଏଫସି ବ୍ୟାଙ୍କର ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟ କରିବା ଦ୍ୱାରା ଆମାଜନ କମ୍ପାନି ଗ୍ରାହକଙ୍କୁ ୧୦ ପ୍ରତିଶତ କ୍ୟାସବ୍ୟାକ କରୁଛି । ଏହାଛଡା ଆମାଜନ ପେ ବାଲାନ୍ସରେ ସାମଗ୍ରୀ କିଣିବା ଦ୍ୱାରା ମଧ୍ୟ ୧୦ ପ୍ରତିଶତ କ୍ୟାସବ୍ୟାକ ମିଳୁଛି । ଅନ୍ୟପଟରେ ସିଟିବ୍ୟାଙ୍କର ଡେବିଟ ଓ କ୍ରେଡିଟ କାର୍ଡରେ ସାମଗ୍ରୀ କିଣିବା ଦ୍ୱାରା ଫ୍ଲିପକାର୍ଟ କମ୍ପାନି ୧୦ ପ୍ରତିଶତ କ୍ୟାସବ୍ୟାକ ପ୍ରଦାନ କରୁଛି ।

courtesy-NDTV