କଦଳୀ ଗଛ ମୂଳେ ବିଶାଳକାୟ ଅଜଗର ! ଓଜନ ୨ କ୍ୱିଣ୍ଟାଲ ।

434

ସାଧାରଣତଃ ସାପକୁ ଦେଖିଲେ ଲୋକମାନେ ଭୟଭୀତ ହୋଇପଡିଥାନ୍ତି । ଏପରିକି ଏମିତି ଅନେକ ସାପ ଅଛନ୍ତି, ଯେଉଁମାନେ ଏତେ ଭୟାନକ ହୋଇଥାନ୍ତି ଯେ, କାମୁଡିବା ମାତ୍ରେ ଲୋକମାନଙ୍କ ଜୀବନ ଚାଲିଯାଇଥାଏ । ଆଉ କିଛି ସାପ ଲୋକମାନଙ୍କୁ ଜିଅନ୍ତା ଗିଳି ଦେଇଥାନ୍ତି । ଆପଣ ଏମିତି ଅନେକ ସାପ ଦେଖିଥିବେ ଏବଂ ଅଜଗର ତା ଭିତରୁ ଅନ୍ୟତମ । ତେବେ ଉତ୍ତରପ୍ରଦେଶର ପିଲିଭିତ ବାଘ ଅଭୟାରଣ୍ୟର ବରାହି ରେଞ୍ଜର ଏକ ଗାଁରେ ଅମିତି ଏକ ଅଜଗର ଦେଖିବାକୁ ମିଲିଛି, ଯାହାକୁ ଦେଖିଲେ ଆପଣ ସ୍ତବ୍ଧ ହୋଇଯିବେ । ସାପଟି ଏତେ ବଡ ଥିଲା ଯେ, ତାକୁ ରଖିବା ପାଇଁ ଜାଲ କିମ୍ବା ଅଖା କାମ ଦେଲା ନାହିଁ । ବରଂ ବାଘ ରଖିବା ଯନ୍ତାରେ ଅଜଗରକୁ କଏଦ କରାଗଲା ।

ଜଣେ ଗ୍ରାମବାସୀଙ୍କ ଘର ଆଗରୁ ଏହି ବିଶାଳକାୟ ଅଜଗରକୁ ଉଦ୍ଧାର କରାଯାଇଛି । ସାପଟି ଭାଙ୍ଗିଯାଇଥିବା କଦଳୀଗଛ ମୂଳରେ ଶୋଇ ରହିଥିବା ଜଣାପଡିଥିଲା । ଲୋକମାନଙ୍କ ନଜରରେ ସାପଟି ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ପରେ ସାପ ବିଷୟରେ ସୂଚନା ପାଇବା ପରେ, ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ । ଏହା ପରେ ଅଜଗରର ଓଜନ ମପାଯିବାରୁ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଶାଳକାୟ ଅଜଗରଟିର ଓଜନ ୨ କ୍ୱିଇଣ୍ଟାଲ ଥିଲା । ସାପଟି ଏତେ ବଡ ଥିଲା ଯେ, ତାକୁ ଧରିବା ପାଇଁ ପାଖାପାଖି ୨୦ ଜଣ ଲୋକଙ୍କୁ ନାକେଦମ ହେବା ପାଇଁ ପଡିଥିଲା । ଏହା ପରେ ଯାଇ ସେ କାବୁରେ ଆସିଥିଲା ଏବଂ ସାପଟିକୁ ବାଘ ପିଞ୍ଜରାରେ କଏଦ କରାଯାଇଥିଲା । ଏହା ପରେ ଅଜଗରଟିକୁ ସାରଦା ନଦୀ କୂଳରେ ଛଡାଯାଇଛି ।