ଅହେତୁକ ଭାବେ ବଢିଚାଲିଛି ମୁଣ୍ଡର ଓଜନ : ୧୨ ବର୍ଷ ହେବ ଶଯ୍ୟାଶାୟୀ କୋରାପୁଟର ବୈରାଗ ମଠର ଶିବଶଙ୍କର

37

କନକ ବ୍ୟୁରୋ :  ସୁୁସ୍ଥ ହେବାକୁ ଅପେଷା କରିଛି ୧୪ ବର୍ଷର ଶିବଶଙ୍କର । ଅହେତୁକ ଭାବେ ବଢିଚାଲୁଥିବା ମୁଣ୍ଡର ଆକାର ଯୋଗୁ ଖେଳିବା ବୁଲିବା ବୟସରେ ଶେଯରେ ଶୋଇରହିଛି ଶିବଶଙ୍କର । ୨ ବର୍ଷ ଯାଏ ଅନ୍ୟ ପିଲାମାନଙ୍କ ପରି ଖେଳୁଥିଲା କିନ୍ତୁ ହଠାତ୍ ଦିନକୁ ଦିନ ଦେହ ତୁଳନାରେ ମୁଣ୍ଡର ଆକାର ବଢିଚାଲିଲା । ପୁଅର ଏପରି ଅବସ୍ଥା ଦେଖି ମଧ୍ୟ ବାପା ମା ନାଚାର । କାରଣ ପୁଅର ଚିକିତ୍ସା ପାଇଁ ଦରକାର ଅର୍ଥ । । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା କରିପାରୁନଥିବା କହିଛନ୍ତି ଶିବଙ୍କ ବାପା ମାଆ । ଯଦି କିଛି ସହାୟତା ମିଳନ୍ତା ପୁଅର ଚିକତ୍ସା ବଡ ମେଡିକାଲରେ ନେଇ କରାନ୍ତେ ବୋଲି ସେ କହିଛନ୍ତି ।

ଗୋଟେ ପଟେ ଘରର ଆର୍ଥିକ ଅବସ୍ଥା ଅନ୍ୟପଟେ ପୁଅର କଷ୍ଟ । ଯନ୍ତଣାରେ ଛଟପଟ ହେଉଥିବା ପୁଅକୁ ଭଲ କରିବା ପାଇଁ ଲାଗିପଡିଛନ୍ତି ବାପା ମାଆ । କିନ୍ତୁ ପାଖରେ ଟଙ୍କା ନଥିବାରୁ ବଡ ମେଡିକାଲକୁ ନେଇପାରୁନାହାନ୍ତି । ତେବେ ଏହି ରୋଗଟି ମାଆ ପେଟରୁ ହୋଇଥାଏ ବୋଲି କହିଛନ୍ତି ଶିଶୁ ବିଶେଷଜ୍ଞ ।