ବରଗଡ଼ ବିଗ୍ ଫାଇଟରେ ବାଜି ମାରିବ କିଏ? ଫଟୋରେ ଫଟୋରେ ଦେଖନ୍ତୁ ବରଗଡ ଲୋକସଭା ଓ ୭ ବିଧାନସଭାର ଟିକିନିକି ତଥ୍ୟ ।

207

କନକ ବ୍ୟୁରୋ : ବରଗଡରେ ହେବ ବଡ ଲଢେଇ । ମୈଦାନରେ ହେଭିୱେଟ ନେତା । ବିଜେଡି ଓ ବିଜେପି ପୁରୁଖା ନେତାଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ନୂଆ ମୁହଁଙ୍କୁ ସାମ୍ନାକୁ ଆଣିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଲଢୁଥିବାରୁ ଓ ଏହା ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବାରୁ ଏବେ ଫୋକସରେ ଏହି ଆସନ ରହିଛି । ବିଜେଡି ପ୍ରସନ୍ନଙ୍କୁ ଗଡ ରକ୍ଷା ପାଇଁ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଥିବା ବେଳେ ବିଜେପି ଜଣାଶୁଣା ଚେହେରା ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି । ଏହି ଦୁଇ ହେଭିୱେଟଙ୍କୁ ମାତ୍ ଦେବାକୁ କଂଗ୍ରେସ ପ୍ରଦୀପ ଦେବତାଙ୍କୁ ଯୋଦ୍ଧା ଭାବେ ରଣଭୂମିକୁ ଛାଡିଛି ।

ଦିଲ୍ଲୀ ଲଢେଇ ପାଇଁ ବରଗଡର ବିଜେଡି ସିପାହୀ ସାଜିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଜାଣନ୍ତୁ କେମିତି ଥିଲା ଏହି ହେଭିୱେଟ ନେତାଙ୍କ ଲମ୍ବା ରାଜନୈତିକ କ୍ୟାରିୟର

ବରଗଡରେ ବାଜି ମାରିବାକୁ ସୁରେଶଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି । ଜାଣନ୍ତୁ କେମିତି ରହିଛି ସୁରେଶଙ୍କ ରାଜନୀତି କ୍ୟାରିୟର

ବିଜେପୁରରେ କିଏ ମାରିବ ବାଜି । ବିଜେଡିର ମଙ୍ଗ ଧରିଛନ୍ତି ଖୋଦ ମୁଖିଆ ନବୀନ । ବିଜେଡି ସୁପ୍ରିମୋଙ୍କୁ ଟକ୍କର ଦେବାକୁ କଂଗ୍ରେସର ସିପାହୀ ସାଜିଛନ୍ତି ରିପୁନାଥ, ପଦ୍ମ ଫୁଟାଇବାକୁ ବିଜେପିର ଭରସା ସନତ ।

ବିଜେପୁରରୁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ । ଜାଣନ୍ତୁ ନବୀନଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ବାଜିରେ ଲାଗିଛି ବ୍ରଜରାଜନଗର । ଦଳ ଗଠନ ପରଠାରୁ ବିଜୟ ବାନା ଉଡାଇ ପାରିନାହିଁ ବିଜେଡି । କମବ୍ୟାକ୍ କରିବାକୁ କଂଗ୍ରେସ କଷୁଛି ଅଙ୍କ, ବିଜେପି ପାଇଁ ଚ୍ୟାଲେଞ୍ଜ ଗଡ ରକ୍ଷା କରିବା ।

ବ୍ରଜରାଜନଗରରେ ବିଜେପିର ବିଜୟୀ ଧ୍ୱଜା ଉଡାଇବାକୁ ମୈଦାନରେ ରାଧାରାଣୀ । ଜାଣନ୍ତୁ କେମିତି ରହିଛି ତାଙ୍କ ରାଜନୀତି କ୍ୟାରିୟର

ଭଟ୍ଟଲିରେ କାହା ଉପରେ କିଏ ପଡିବ ଭାରି ? ଗତ ୫ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ଭଟଲି ବାସୀ । ୨୦୦୦ ପରଠାରୁ ବିଜେପି ଓ ବିଜେଡି ୨ ଥର ଲେଖାଏଁ ବାଜି ମାରିଛନ୍ତି । ହ୍ୟାଟ୍ରିକ ବିଜୟ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ସୁଶାନ୍ତ । ନୂଆ ମୁହଁ ସହ ନିର୍ବାଚନ ବୈତରଣୀ ପାର ହେବାକୁ କଂଗ୍ରେସ ଓ ବିଜେପିର ରଣନୀତି ।

ଭଟଲୀବାସୀଙ୍କ ଭରସା ଜିତିପାରିବେ କି ସୁଶାନ୍ତ । କେମିତି ରହିଥିଲା ସୁଶାନ୍ତଙ୍କ ରାଜନୀତି କ୍ୟାରିୟର ।

ଝାରସୁଗୁଡାରେ କିଏ ଉଡାଇବ ବିଜୟ ଧ୍ୱଜା? କଂଗ୍ରେସ ଶିବିର ଛାଡି ବିଜେଡି ସିପାହୀ ସାଜିଛନ୍ତି ନବ, ବିଜୟ ପାଇଁ ଦୀନେଶଙ୍କୁ ପୁଣିଥରେ ମୈଦାନକୁ ଆଣିଛି ବିଜେପି । ନୂଆ ମୁହଁ ସହ ନିର୍ବାଚନ କୁରୁକ୍ଷେତ୍ରରେ କଂଗ୍ରେସ ।

ଝାରସୁଗୁଡାରେ ବିଜେଡିକୁ ପ୍ରଥମ ବିଜୟ ଦେବାକୁ ମୈଦାନରେ ନବ । ଜାଣନ୍ତୁ କେମିତି ରହିଛି ତାଙ୍କର ରାଜନୈତିକ କ୍ୟାରିୟର

ପଦ୍ମପୁରରେ ପରାକ୍ରମ ଦେଖାଇବ କିଏ? ପୁରୁଣା ସିପାହୀଙ୍କୁ ଧରି ମୈଦାନରେ ୩ ଦଳ । ଗତ ୨୦୦୦ ପରଠାରୁ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ପଦ୍ମପୁରବାସୀ ।

ପଦ୍ମପୁରରେ ବିଜେପିର ସିପାହୀ ପ୍ରଦୀପ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ଅତାବିରାରେ ହେବ ବିଗ୍ ଫାଇଟ । ମୈଦାନରେ ୩ ଦଳର ପୁରୁଣା ସିପାହୀ । କିଏ ମାରିବ ବାଜି ।

ଅତାବିରା ପାଇଁ ବିଜେଡିର ସିପାହୀ ସ୍ନେହାଙ୍ଗୀନି । ଜାଣନ୍ତୁ କେମିତି ଥିଲା ତାଙ୍କ ରାଜନୈତିକ କ୍ୟାରିୟର

ବରଗଡରେ ହେବ ବଡ ଲଢେଇ । ଏଯାଏଁ ଖାତା ଖୋଲିନି ବିଜେପି । ୨୦୦୦ ପରଠାରୁ ୩ ଥର ବାଜି ମାରିଲାଣି ବିଜେଡି । କମବ୍ୟାକ୍ କରିବାକୁ କଂଗ୍ରେସ କଷୁଛି ଅଙ୍କ ।