ଆଠଗଡ ଜନତାଙ୍କ ଆଶା ଓ ଭରସା ଜିତିବ କିଏ? ସବୁଜଗଡକୁ ଭେଦ କରିବାକୁ ବିରୋଧୀଙ୍କ ନୂଆ ଷ୍ଟ୍ରାଟେଜି

159

କନକ ବ୍ୟୁରୋ : ଆଠଗଡରେ ଜନତାଙ୍କ ଆଶା ଓ ଭରସା ଜିତିବ କିଏ? ତୃତୀୟ ପର୍ଯ୍ୟାୟରେ ଆଠଗଡରେ ଭୋଟଗ୍ରହଣ ହେଉଥିବା ବେଳେ ଭୋଟଦାନ କେନ୍ଦ୍ରରେ ମତଦାତାଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି । ଆଠଗଡ, ତିଗିରିଆ ଏବଂ ଟାଙ୍ଗୀ-ଚୌଦ୍ୱାରର ୫ଟି ପଂଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ । ୧୯୫୧ରେ ଗଠନ ହୋଇଥିଲା ଏହି ନିର୍ବାଚନମଣ୍ଡଳୀ । ବିଜେଡିରୁ ରଣେନ୍ଦ୍ରପ୍ରତାପ ସ୍ୱାଇଁ ସର୍ବାଧିକ ୬ଥର ବିଧାୟକ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ୨ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ତେବେ ଗତ ନିର୍ବାଚନରେ ଫଳାଫଳ କଣ ରହିଥିଲା ତାହା ଉପରେ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡି: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଂଗ୍ରେସ: ଉମାବଲ୍ଲଭ ରଥ
ବିଜେପି: ବ୍ରଜେନ୍ଦ୍ର ରାୟ

ବିଜେଡି: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
– ୬ଥର ବିଧାୟକ
– ପୂର୍ବତନ ମନ୍ତ୍ରୀ ( ଯୁବ ଓ କ୍ରୀଡା ବ୍ୟାପାର )
– ଆଠଗଡର ଲୋକପ୍ରିୟ ନେତା

କଂଗ୍ରେସ: ଉମାବଲ୍ଲଭ ରଥ
– ପୂର୍ବତନ ବିଧାୟକ ( ପୁରୀ )
– ଆଠଗଡରୁ ପ୍ରଥମଥର ପ୍ରାର୍ଥୀ
– ପିସିସି ସାଧାରଣ ସମ୍ପାଦକ

ବିଜେପି: ବ୍ରଜେନ୍ଦ୍ର ରାୟ
– ବ୍ୟବସାୟରୁ ରାଜନୀତି
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି
– ବିଜେପିର ନୂଆ ଚେହେରା

ନିର୍ବାଚନ ମଣ୍ଡଳୀ ତଥ୍ୟ
– ଆଠଗଡ, ତିଗିରିଆ ଏବଂ ଟାଙ୍ଗୀ-ଚୌଦ୍ୱାରର ୫ଟି ପଂଚାୟତକୁ ନେଇ ନିର୍ବାଚନମଣ୍ଡଳୀ
– ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
– ବିଜେଡିରୁ ରଣେନ୍ଦ୍ରପ୍ରତାପ ସ୍ୱାଇଁ ୬ଥର ବିଧାୟକ
– ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ୨ଥର ବିଧାୟକ
– ରାଧାନାଥ ରଥ ୫ଥର ବିଧାୟକ
– ୧୯୬୭, ୧୯୮୦ ଏବଂ ୨୦୧୨ରେ ଉପନିର୍ବାଚନ ହୋଇଥିଲା ( ସ୍ୱାଧୀନ, କଂଗ୍ରେସ, ବିଜେଡି ବିଜୟୀ )

୨୦୧୪ର ଫଳାଫଳ
ପ୍ରାର୍ଥୀ                          ଦଳ             ଭୋଟ           ପ୍ରତିଶତ           ଫଳାଫଳ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ     ବିଜେଡି      ୧,୦୨,୬୦୫        ୬୯.୭୦%         ବିଜୟୀ
ବିଚିତ୍ରାନନ୍ଦ ମୁଦୁଲି         କଂଗ୍ରେସ    ୩୪,୧୧୮           ୨୩.୧୮%         ପରାସ୍ତ
ବିଶ୍ୱ ସୁନ୍ଦର ମିଶ୍ର           ବିଜେପି      ୭,୧୩୨             ୪.୮୪%           ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ବାଚନ ଜିତିଥିଲେ
– ୧ ଲକ୍ଷ ୨ ହଜାର ୬୦୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ବିଚିତ୍ରାନନ୍ଦ ମୁଦୁଲିଙ୍କୁ ପରାସ୍ତ କରିଥିଲେ
– ୬୮ ହଜାର ୪୮୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ