ଗୁଜରାଟ ଦେଲା ଭୋଟ, ବଢିଲା ଦେଶର ହୃତକମ୍ପ ! ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହେଲା ରାହୁଲ-ମୋଦିଙ୍କ ଧୂଆଁଧାର ପ୍ରଚାର

39

କନକ ବ୍ୟୁରୋ : ଗୋଟିଏ ରାଜ୍ୟ ବିଧାନସଭା ନିର୍ବାଚନ, ଯାହା ଆଗାମୀ ଦିନରେ ସାରା ଦେଶରେ ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜି ଯେତେବେଳେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିଲା, ସେତେବେଳେ ସାରା ଦେଶରେ ବଢିଯାଇଥିଲା କମ୍ପନ । କାରଣ ଏହି ନିର୍ବାଚନ ଖାଲି ବିଧାୟକଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ନାହିଁ ବରଂ ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରବର୍ତୀ ରାଜନୈତିକୁ ଆକାର ଦେବ । ଦୁଇ ନେତାଙ୍କ ଭବିଷ୍ୟତ ରଣନୀତିକୁ ଅନେକାଂଶରେ ପ୍ରଭାବିତ କରିବ । ଗୁଜରାଟ ବିଧାନସଭାର ୧୮୨ ଆସନ ମଧ୍ୟରୁ ଆଜି ୮୯ ଆସନ ପାଇଁ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ୬୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଗୁଜରାଟରେ ୨୨ ବର୍ଷର ବିଜେପି ଶାସନ ନା ନୂଆ ଢଙ୍ଗରେ ନିଜକୁ ଉପସ୍ଥାପିତ କରିଥିବା ରାହୁଲ ଗାନ୍ଧୀ କାହା ସପକ୍ଷରେ ଯାଇଛି ଜନାଦେଶ ତାହା ଆଗାମୀ ୧୮ ତାରିଖରେ ଭୋଟ ଗଣତି ପରେ ଜଣାପଡିବ ।

vlcsnap-2017-12-09-22h13m40s850ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ । ନେତା ଭୋଟ ଦେଉଛନ୍ତି ଆଉ ସାରା ଦେଶର କମ୍ପନ ବଢୁଛି । କାରଣ ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ଣ୍ଣାୟକ ହୋଇପାରେ ଗୁଜରାଟ ଭୋଟ । ୨୨ ବର୍ଷର ବିଜେପି ଶାସନ ବନାମ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନୂଆ ଢଙ୍ଗରେ ସାମ୍ନାକୁ ଆସିଥିବା କଂଗ୍ରେସର- ନିର୍ଣ୍ଣାୟକ ଲଢେଇ । ଗୁଜରାଟ ବିଧାନସଭାର ୧୮୨ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ କଚ୍ଛ, ସୌରାଷ୍ଟ୍ର ସମେତ ଦକ୍ଷିଣ ଗୁଜରାଟର ୮୯ଟି ସିଟ୍ ପାଇଁ ପଡିଛି ଭୋଟ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶର ମଡେଲକୁ ଟକ୍କର ଦେଉଥିବା ରାହୁଲ ଗାନ୍ଧୀଙ୍କ ମାରାଥନ ପ୍ରଚାର ଓ ରୋଡ ଶୋକୁ କେତେଦୂର ଗ୍ରହଣ କରିଛନ୍ତି ଗୁଜରାଟବାସୀ ତାର ଫଳାଫଳ ସିଲ ହୋଇଯାଇଛି ଇଭିଏମରେ ।

୯ଶହ ୭୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ୨ କୋଟିରୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ସବୁଠାରୁ ଚର୍ଚ୍ଚାରେ ରହିଛି ସୌରାଷ୍ଟ୍ରର ହାଇପ୍ରୋଫାଇଲ ପଶ୍ଚିମ ରାଜକୋଟ ବିଧାନସଭା ଆସନ । କାରଣ ଏହିଠାରୁ ୨୦୦୨ରେ ନିର୍ବାଚନ ଜିତି ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହିଠାରୁ ପ୍ରାର୍ଥୀ ହୋଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ଏହି ଆସନ ବଜାୟ ରଖିବା ବିଜେପି ପାଇଁ ସାମ୍ମନର ପ୍ରଶ୍ନ । ପଟ୍ଟିଦାର ଆନ୍ଦୋଳନର ପ୍ରମୁଖ ହାର୍ଦ୍ଦିକ ପଟେଲଙ୍କ ଯୋଗୁଁ ଏହି ସଂପ୍ରଦାୟ ବିଜେପିଠାରୁ ଦୂରେଇ ଯାଇଥିବା ଆଶଙ୍କା ଭିତରେ ରୁପାନୀଙ୍କୁ ଟକ୍କର ଦେଉଛନ୍ତି ସବୁଠାରି ବିତଶାଳୀ କଂଗ୍ରେସ ପ୍ରାର୍ଥୀ ଇନ୍ଦ୍ରନୀଲ ରାଜ୍ୟଗୁରୁ ।ଏହି ପର୍ଯ୍ୟାୟରେ ଗୁଜରାଟ ବିଜେପି ସଭାପତି ଜିତୁ ଭଗାନୀ, କଂଗ୍ରେସର ବରିଷ୍ଠ ନେତା ଶକ୍ତିସିଂ ଗୋହିଲ ଏବଂ ଅର୍ଜୁନ ମୋଧୱାଦିିଆ ପ୍ରମୁଖଙ୍କ ଭାଗ୍ୟ ପରୀକ୍ଷା ହେଉଛି ।

631615-voteପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡିଥିବା ୮୯ ଆସନ ମଧ୍ୟରୁ ୨୦୧୨ରେ ବିଜେପି ୬୭ଟି ଓ କଂଗ୍ରେସ ୧୬ଟିରେ ବିଜୟୀ ହୋଇଥିଲେ । ହେଲେ ଚଳିତଥର ପଟ୍ଟିଦାର, ପଟେଲ ଓ ଦଳିତ ସଂପ୍ରଦାୟର ଭୋଟ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ସେହିପରି ବ୍ୟବସାୟୀକ ରାଜଧାନୀ ସୁରଟର ୧୨ଟି ସିଟରେ ଭୋଟ ପଡିଥିବାରୁ ବିମୁଦ୍ରାୟନ ଓ ଜିଏସଟିର କଣ ପ୍ରଭାବ ରହିବ ତାହା ନିର୍ବାଚନ ଫଳାଫଳ କହିବ ।

୨୦୧୨ ଅପେକ୍ଷା ଚଳିତଥର ମତଦାନ ହାର ଅଧିକ ରହିଛି । ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧିକ ସଂଖ୍ୟାରେ ଭୋଟ ଦେବାଲାଗି ଅପିଲ କରିଥିଲେ । କ୍ରିକେଟର ଚେତେଶ୍ୱର ପୂଜାରା ଆଜି ରାଜକୋଟର ରାଭି ବିଦ୍ୟାଳୟରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା । ଆଉ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଥିଲା ବିବାହିତ ବେଦୀକୁ ଯିବା ଆଗରୁ ଏକ ଦମ୍ପତିଙ୍କ ମତଦାନ । ବର କନିଆ ବେଶରେ ସେମାନେ ଭୋଟ ଦେବାକୁ ବୁଥରେ ପହଂଚିଥିଲେ । ଯାହା ସୂଚନା ଦେଉଥିଲା ନିଜ ପସନ୍ଦର ସରକାର ବାଛିବା ଲାଗି ଗୁଜରାଟ ଭୋଟର କେତେ ସଚେତନ ।

most-number-of-speeches-in-an-election-campaign-Mr.-Narendra-Modi-from-Gujarat-Indiaଗୋଟିଏ ପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଥିବା ବେଳେ ଅନ୍ୟପଟେ ଆଗାମୀ ୧୪ ତାରିଖରେ ହେବାକୁ ଥିବା ଦô୍ିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି ମୋଦି । ପୁଣିଥରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମୋଦି ଉଠାଇଛନ୍ତି ପରିବାରବାଦର କଥା । କହିଛନ୍ତି ଗୋଟିଏ ପଟେ ବିଜେପି ଲୋକଙ୍କ କଲ୍ୟାଣ ପାଇଁ ଦିନରାତି କାମ କରୁଛି ଓ ଦେଶର ବିକାଶକୁ ମୁଦ୍ଦା କରି ଭୋଟ ମାଗୁଛି । ଅନ୍ୟ ପକ୍ଷରେ କଂଗ୍ରେସ ଦଳ ଦେଶରେ ୭୦ବର୍ଷ ଶାସନ କରି ୭୦ ଟଙ୍କାର ବିକାଶ କରିନଥିବା ସିଧାସଳଖ ଅଭିଯୋଗ କରିଛନ୍ତି ମୋଦି । ଗୋଟିଏ ପରିବାର ଦେଶରେ ରାଜ କରିଥିବା ମୋଦି ସମାଲୋଚନା କରିଛନ୍ତି । ଜାତିବାଦକୁ ଉସୁକାଇ କଂଗ୍ରେସ ଦଳ ରାଜନୈତିକ ଉଦ୍ଦେଶ୍ୟ ସାଧନ କରୁଥିବା ମୋଦି ନିର୍ବାଚନୀ ସଭାରେ ଅଭିଯୋଗ ଆଣିଛନ୍ତି ।

rahul-gandhi-pti_650x400_41509539026ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମୋଦିଙ୍କ ବିରୋଧରେ କଂଗ୍ରେସ ନେତା ମଣିଶଙ୍କର ଆୟର ବ୍ୟବହାର କରିଥିବା ‘ନୀଚ୍ଚ’ ଶବ୍ଦକୁ ମୋଦି ରାଜନୈତିକ ଫାଇଦା ପାଇଁ ବାରମ୍ବାର ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ଏଥିସହ ଗୁଜରାଟବାସୀଙ୍କ ସହ ଏକ ଭାବନାତ୍ମକ ସଂପର୍କ ଯୋଡିବାକୁ ଚେଷ୍ଟା କରିଛନ୍ତି ରାହୁଲ ଗାନ୍ଧୀ । ଗୁଜରାଟର ଖାଦ୍ୟ ଖାଇବାକୁ ସେ ଭଲପାଆନ୍ତି ଓ ସାଧାରଣ ନାଗରିକଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିବା ରାହୁଲ କହିଛନ୍ତି । ପ୍ରଧନମନ୍ତ୍ରୀ ମୋଦି ନିଜ ଭାଷଣରେ ଭ୍ରଷ୍ଟାଚାର କଥା କାହିଁକି ଉଠାଉ ନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । କାରଣ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅଙ୍କ କମ୍ପାନିକ କାରବାର ବେଆଇନ ଭାବେ ବୃଦ୍ଧି ପାଇଥିବା ସେ କହିଛନ୍ତି । ସେହିପରି ଗରିବ ଚାଷୀଙ୍କଠୁ ଜମି ଛଡାଇ ନେଇ ବିଜେପି ସରକାର ଶିଳ୍ପପତିଙ୍କୁ ଦେଇଥିବା ଅଭିଯୋଗ ଆଣି ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।