ମଧ୍ୟପ୍ରଦେଶର ଭୋପାଳରୁ ଲୋକସଭା ନିର୍ବାଚନ ଲଢିବେ ଦିଗବିଜୟ ସିଂହ ! କଂଗ୍ରେସ ଜାରି କଲା ଆଉ ଏକ ତାଲିକା , ଲିଷ୍ଟରେ ୪ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ

130

ମଧ୍ୟପ୍ରଦେଶର ଭୋପାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । କଂଗ୍ରେସର ପକ୍ଷରୁ ଗତ ରାତିରେ ଜାରି କରାଯାଇଥିବା ୩୮ ଜଣିଆ ତାଲିକାରେ ଦିଗବିଜୟ ସିଂହଙ୍କ ନାଁ ରହିଛି । ୩୮ ଜଣିଆ ତାଲିକାରେ ୟୁପିରୁ ୩ଜଣ ଓ କର୍ଣ୍ଣାଟକରୁ ୧୮ ଜଣଙ୍କ ନାଁ ରହିଛି ।

ତାଲିକାରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବୀରପ୍ପା ମୋଇଲି, ଅଶୋକ ଚୌହ୍ୱାନ ଓ ଦିଗବଜିୟ ସିଂହ । ଦିଗବଜୟ ସିଂ ଭୋପାଳରୁ ଲଢିବେ ବୋଲି ଆଗରୁ ଇସାରା କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ଏପରିକି ସେ କହିଥିଲେ ଭୋପାଳ ଭଳି ଆସନରୁ ଲଢନ୍ତୁ ଦିଗବିଜୟ । ଏଠାରେ କଂଗ୍ରେସ ଗତ ୩ ଦଶନ୍ଧି ଧରି ଜିତିନାହିଁ । ଏବେ ଏଠାରେ କଡା ଟକ୍କର ହେବା ଅନୁମାନ କରାଯାଉଛି ।