ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚିତ ନିଷ୍ପତି ! ଯାହା ବଦଳାଇଦେଇଛି ସମସ୍ତଙ୍କ ଜୀବନ

80

ମୋଦି ସରକାରକୁ ପୁରିଲା ୩ ବର୍ଷ । ୨୦୧୪ ମେ ରେ ପ୍ରଧାନମନ୍ତ୍ରୀ ଭାବରେ ଭାରତର ମଙ୍ଗ ଧରିଥିଲେ ନରେନ୍ଦ୍ର ମୋଦି । ସତ୍ତା ହାସଲ କରିବା ପରେ ମୋଦି କହିଥିଲେ ‘ଅଛେ ଦିନ୍ ଆୟେଙ୍ଗେ’ । ତେବେ ଜାଣନ୍ତୁ ମୋଦିଙ୍କ ୧୦ଟି ଚର୍ଚ୍ଚିତ ନିଷ୍ପତି ଯାହା ଆପଣଙ୍କ ଜୀବନକୁ ଦେଖାଇଛି ପରିବର୍ତ୍ତନର ପଥ ।

ଉଡାନ୍ ସ୍କିମ୍ : ଗତ ମାସରେ ସାଧାରଣ ଜନତାଙ୍କୁ ‘ଉଡାନ୍ ସ୍କିମ୍’ ଉପହାର ଦେଇଥିଲେ । ଏହି ଯୋଜନା ଲାଗୁ କରିବା ସମୟରେ ମୋଦି କହିଥିଲେ ଏବେ ଚପଲ ପିନ୍ଧୁଥିବା ଲୋକ ବି ବିମାନ ଯାତ୍ରା କରି ପାରିବେ । ଏହି ଯୋଜନା ଅନୁଯାୟୀ, ସମସ୍ତ ବିମାନରେ ୫୦ ପ୍ରତିଶତ ସିଟ୍ ଉଡାନ୍ ସ୍କିମ୍ ପାଇଁ ଆରକ୍ଷଣ କରାଯିବ ଯାହାର ଭଡା ୨୫୦୦ଟଙ୍କା ରହିବା ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସ୍କିମ୍ : ୨୮ ଫ୍ରେବୁଆରୀ ୨୦୧୫ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନା ଅନୁଯାୟୀ, ୧୮ ରୁ ୭୦ ବର୍ଷ ବୟସ ମଧ୍ୟରେ ସମସ୍ତ ବ୍ୟକ୍ତି କେବଳ ୧୨ଟଙ୍କା ପ୍ରିମିୟମ୍ ଦେଇ ଏହି ଇନସୁରାନ୍ସର ସୁବିଧା ଉଠାଇପାରିବେ । ସେହିପରି ବର୍ଷକୁ ମାତ୍ର ୩୩୦ ଟଙ୍କା ଜମା କରି ମୃତ୍ୟୁ ପରେ ୨ଲକ୍ଷ ଟଙ୍କା ଦୁର୍ଘଟଣା ରାଶି ପାରିପାରିବେ । ତେବେ ଦୁର୍ଘଟଣାରେ ଭିନ୍ନକ୍ଷମ ହେଲେ ୧ଲକ୍ଷ ଟଙ୍କା ମିଳିା ସହ ଦୃଷ୍ଟି ଶକ୍ତି ଚାଲିଗଲେ ୨ଲକ୍ଷ ଟଙ୍କା ବୀମା ରାଶି ମିଳିବ ।

ବେଟି ବଚାଓ ବେଟି ପଢାଓ : ଦେଶର ମହିଳା ଏବଂ ଯୁବତୀମାନଙ୍କୁ ଶିକ୍ଷିତ ଏବଂ ସଶକ୍ତ କରିବାପାଇଁ ମୋଦି ସରକାର ‘ବେଟି ବଚାଓ ବେଟି ପଢାଓ’ ଯୋଜନାର ଶୁଭାରମ୍ଭ ୨୨ ଜାନୁୟାରୀ ୨୦୧୫ରେ କରିଥିଲେ । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଲିଙ୍ଗ ଗତ ଭେଦଭାବକୁ ଦୂର କରିବା । ଏହା ସହ ଝିଅ ମାନଙ୍କୁ ଶିକ୍ଷା ଏବଂ ସୁରକ୍ଷା ଦେବା । ସାମାଜିକ ଏବଂ ଆର୍ଥିକ ରୂପରେ ମହିଳା ମାନଙ୍କୁ ଆତ୍ମନିର୍ଭର କରିବା ହେଉଛି ଆଉ ଏକ ଲକ୍ଷ ।

ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନା : ଛୋଟ ଗାଁରେ ମହିଳାମାନଙ୍କୁ ଚୁଲିରେ ରୋଷେଇ କରିବା ଦ୍ୱାରା ଅନେକ ରୋଗ ହୋଇଥାଏ । ତେଣୁ ଏହାକୁ ଧ୍ୟାନରେ ରଖି ମୋଦି ଦରକାର ବିପିଏଲ୍ ଅନ୍ତର୍ଭୁକ୍ତ ପରିବାରର ମହିଳାଙ୍କ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ, ବିପିଏଲ୍ ଅନ୍ତର୍ଭୁକ୍ତ ମହିଳାମାନଙ୍କୁ ମାଗଣାରେ ଏଲପିଜି କନେକ୍ସନ୍ ଦିଆଯିବ ।

ପଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା : ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଯୁବ ବର୍ଗଙ୍କୁ ସଂଗଠିତ କରି ସେମାନଙ୍କ ଦକ୍ଷତା ହିସାବରେ ରୋଜଗାରକ୍ଷମ କରାଇବା । ଏହି ଯୋଜନାର ପ୍ରଥମ ବର୍ଷରେ ୨୪ ଲକ୍ଷ କର୍ମୀଙ୍କୁ ସାମିଲ୍ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୁଦ୍ରା ବ୍ୟାଙ୍କ୍ ଯୋଜନା : ନିଜର ସ୍ୱତନ୍ତ୍ର କାମ ବା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଅଭାବୀମାନଙ୍କୁ ଋଣ ଦେବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ତେବେ ଏହି ଯୋଜନାକୁ ତିନି ଭାଗରେ ବିଭକ୍ତ କରାଯାଇଛି ।
ଶିଶୁ : ୫୦ହଜାର ପର୍ଯ୍ୟନ୍ତ ଋଣ ଦେଇଥାଏ
କିଶୋର : ୫୦ ହଜାର ରୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ କଭର୍ କରିଥାଏ
ତରୁଣ : ୫ ଲକ୍ଷରୁ ୧୦ଲକ୍ଷ ଟଙ୍କା ଋଣ କଭର୍ କରିଥାଏ

ଅଟଳ ପେନସନ୍ ଯୋଜନା : ଯୁବପିଢୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏହି ଯୋଜନା ଲାଗୁ କରାଯାଇଥିଲା । ୧ ଜୁନ୍ ୨୦୧୫ରେ ଆରମ୍ଭ କରାଯାଇଥିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବେସରକାରୀ ସଂସ୍ଥାରେ କାମ କରୁଥିବା ଲୋକଙ୍କୁ ପେନସନ୍ ଦିଆଯିବ । ଏହି ପେନସନର ପରିମାଣ ୧୦୦୦ରୁ ୫୦୦୦ଟଙ୍କା । ଏହି ଯୋଜନାରେ ୧୮ ରୁ ୪୦ବର୍ଷ ବୟସର ଯୁବକମାନଙ୍କୁ ସାମିଲ୍ କରାଯାଇଛି । ମନ୍ତ୍ରାଳୟ ଅନୁସାରେ ଏହି ଯୋଜନାରେ ୪୫ଲକ୍ଷ ଆଶାୟୀ ସାମିଲ୍ ହୋଇଛନ୍ତି ଏବଂ ସବୁଦିନ ୧୦ହଜାରରୁ ୧୫ ହଜାର ଲୋକ ଯୋଡି ହେଉଛନ୍ତିି ।

ପ୍ରଧାନମନ୍ତ୍ରୀ ଜନ ଔଷଧୀ ଯୋଜନା : ଆର୍ଥକ ରୂପରେ ସ୍ୱଚ୍ଛଳ ନଥିବା ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ୧ ଜୁଲାଇ ୨୦୧୫ରେ ଜନ ଔଷଧ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ ଗରିବ ଲୋକମାନଙ୍କୁ ୬୦ରୁ ୭୦ ପ୍ରତିଶତ କମ୍ ଦାମରେ ଔଷଧ ମିଳିବ । ଖୁବ୍ ଶୀଘ୍ର ପୁରା ଦେଶରେ ୧୦୦୦ରୁ ଅଧିକ ଜନ ଔଷଧୀ କେନ୍ଦ୍ର ଖୋଲିବାର ଯୋଜନା ରଖିଛି ମୋଦି ସରକାର ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା : ଯେଉଁ ମାନଙ୍କ ବ୍ୟାଙ୍କରେ ଖାତା ନଥିଲା ଏହି ଯୋଜନା ସେମାନଙ୍କ ପାଇଁ କରାଯାଇଥିଲା । ୧୫ ଅଗଷ୍ଟ ୨୦୧୪ରେ ମୋଦି ସରକାର ଜିରୋ ବାଲାନ୍ସରେ ସମସ୍ତ ଖାତା ଖୋଲିବା ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ ।