ଆମର ହିସାବ ମୋଦି ସରକାର

31

୨୦୧୪ରେ ଅନେକ କିଛି ପ୍ରତିଶ୍ରୁତି ଓ ସ୍ୱପ୍ନ ଦେଖାଇ କେନ୍ଦ୍ରରେ ସରକାର ଗଢିଥିଲେ ନରେନ୍ଦ୍ର ମୋଦି । ଯେଉଁଠି ଅଚ୍ଛେଦିନର କଥା କୁହା ଯାଇଥିଲା, ଯେଉଁଠି ମିନିମମ୍ ଗମେଂଟ ଓ ମାକ୍ସିମମ୍ ଗଭର୍ନାନ୍ସର କଥା କୁହାଯାଇଥିଲା ଆଉ ଯେଉଁଠି ରେଡ ଟେପ ନୁହେଁ ଓ ରେଡ୍ କାର୍ପେଟ ୱେଲକମର କଥା କୁହାଯାଇଥିଲା । ଏମିତି ଅନେକ ନାରା ଦିଆଯାଇଥିଲା ଯାହା ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଥିଲା । ଏହା ଭିତରେ ପୁରିଛି ଦୁଇ ବର୍ଷ । ତେବେ ପ୍ରକୃତରେ ନରେନ୍ଦ୍ର ମୋଦି ସରକାର ଲୋକଙ୍କର ଆଶା ବିଶ୍ୱାସ ପୂରଣ କରିବାରେ ପ୍ରକୃତରେ ସଫଳ ହୋଇଛନ୍ତି କି ? ଏହା ଭିତରେ କେନ୍ଦ୍ର ସରକାର ଆଣିଥିବା ୪୦ ସ୍କିମ୍ ଆଣିଛନ୍ତି ଯାହା ଲୋକଙ୍କ ପାଇଁ କୁହାଯାଉଛି । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି କି ପ୍ରକୃତରେ ଲୋକ ମାନେ ସେ ସ୍କିମ୍ ବିଷୟରେ କେତେ ଜାଣିଛନ୍ତି । ଓଡିଶାକୁ ନେଇ ମୋଦିଙ୍କର ଆଭିମୁଖ୍ୟ କଣ ଓ ଓଡିଶାକୁ ନେଇ ତାଙ୍କ ସ୍ୱପ୍ନ କଣ ? ଏମିତି ତମାମ ପ୍ରଶ୍ନ ଉପରେ ଆଜିର ବିଗ୍ ଡିବେଟ୍ ଆମର ହିସାବ ମୋଦି ସରକାର : –