ଚାରି ବିଧାୟକ ଶିଳ୍ପପାଇଁ ଚାନ୍ଦା ମାଗିବାର ତଦନ୍ତ କରିବ ଭିଜିଲାନ୍ସ

42

ଶିଳ୍ପ ପାଇଁ ସହାୟତା କରିବାକୁ ବିଧାୟକଙ୍କ ଟଂକା ମାଗିବା ଘଟଣାର ତଦନ୍ତ କରିବ ଭିଜିଲାନ୍ସ । ଆଜି ଏହି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି କନକ ନ୍ୟୁଜରେ ୪ ଜଣ ବିଜେଡି ବିଧାୟକ ଶିଳ୍ପ ପାଇଁ ଏନଓସି ଦେବାକୁ କୋଟି କୋଟି ଟଂକା ମାଗୁଥିଲେ ।

କନକ ନ୍ୟୁଜରେ ପ୍ରକାଶିତ ଅପରେସନ୍ ବ୍ଲାକସ୍ପଟରେ ୪ ଜଣ ବିଧାୟକ ଲାଂଚ ମାଗିବା ଘଟଣାରେ ଭିଜିଲାନ୍ସ ତଦନ୍ତ ହେବ । ଟଙ୍କା ମୁଲଚାଲର ଦୃଶ୍ୟ କଏଦ୍ ହେବା ପରେ ସାରା ରାଜ୍ୟରେ ଏ ନେଇ ପ୍ରତିକ୍ରିୟା ଦେଖାଦେଇଥିଲା । ଏହାପରେ ଆଜି ସଧ୍ୟାରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେଉଁ ପରିସ୍ଥିତିରେ ଓ କାହିଁକି ଲାଂଚ ମଗାଯାଇଥିଲା ସେ ନେଇ ତଦନ୍ତ କରିବ ଭିଜିଲାନ୍ସ।

 ହିନ୍ଦୋଳ ବିଧାୟିକା ସୀମାରାଣି ନାୟକ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଂଜିଆ ବିଧାୟକ ବିଜୟ ନାୟକ, ଓ ଭବାନୀପାଟଣା ବିଧାୟକ ଅନାମ ନାୟକ ଏଥିରେ ଧରାପଡିଛନ୍ତି। ସବୁଠାରୁ ବଡ କଥା ହେଉଛି ଟଙ୍କା ମୁଲଚାଲ କରୁଥିବା ନେଇ ସେମାନେ ସ୍ୱୀକାର ମଧ୍ୟ କରିଛନ୍ତି।  ଏହି ବିତର୍କିତ ପ୍ରସଙ୍ଗ ଉପରେ କନକ ନ୍ୟୁଜର ବିଗ୍ ଡିବେଟ୍ :