ସରକାର ବନାମ ଘରୋଇ ଇଂରାଜୀ ମିଡିୟମ ସ୍କୁଲ

32

ରାଜ୍ୟର ବଡବଡ ଘରୋଇ ଇଂରାଜୀ ମିଡିୟମ ସ୍କୁଲକୁ ମିଳିଲାନି ରାଜ୍ୟ ସରକାରଙ୍କ ସ୍ୱୀକୃତି । ଓଡିଶା ସରକାର ଦୁଇ ଦିନ ପୂର୍ବରୁ ଘରୋଇ ସ୍କୁଲର ସ୍ୱୀକୃତି ନେଇ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛନ୍ତି । ସେହି ତାଲିକାରେ ମଧ୍ୟ ନାମିଦାମୀ ସ୍କୁଲକୁ ସରକାର ସ୍ୱୀକୃତି ଦେଇନାହାନ୍ତି । ଭୁବନେଶ୍ୱରର ମାତ୍ର ୧୫ଟି ଘରୋଇ ସ୍କୁଲକୁ ନୋ ଅବଜେକସନ ସାର୍ଟିଫିକେଟ ଦିଆଯାଇଛି । ସେଥି ମଧ୍ୟରେ ରାଜଧାନୀର ଡିଏଭି ସ୍କୁଲ ଗୁଡିକ ସ୍ୱୀକୃତି ପାଇଥିବା ବେଳେ ଆଉ କିଛି ଘରୋଇ ସ୍କୁଲକୁ ସ୍ୱୀକୃତି ମିଳିଛି ।

କିନ୍ତୁ ସାଇ ଇଂଟରନ୍ୟାସନାଲ ସ୍କୁଲ , କିଟ ଇଂଟରନ୍ୟାସନାଲ ସ୍କୁଲ, ଜାଭିୟର ଇଂଟନ୍ୟାସନାଲ ସ୍କୁଲ, ଲୋଏଲା ସ୍କୁଲ, ମଦର ପବ୍ଲିକ ସ୍କୁଲ ଏମବିଏସ ପବ୍ଲିକ ସ୍କୁଲ ପରି କିଛି ନାମିଦାମୀ ସ୍କୁଲକୁ ରାଜ୍ୟସରକାରଙ୍କ ସ୍ୱୀକୃତି ମିଳିନାହିଁ । ପ୍ରାୟ ୨ ସପ୍ତାହ ପୂର୍ବରୁ ରାଜ୍ୟସରକାର ଯେଉଁ ପ୍ରଥମ ପର୍ଯ୍ୟାୟ ସ୍ୱୀକୃତି ପ୍ରାପ୍ତ ସ୍କୁଲ ଗୁଡିକାର ତାଲିକା ପ୍ରକାଶ କରିଥିଲେ ସେଥିରେ ମଧ୍ୟ ଏହି ସ୍କୁଲ ଗୁଡିକୁ ସ୍ୱୀକୃତି ଦିଆଯାଇନଥିଲା । ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ନାମିଦାମୀ ସ୍କୁଲ ଗୁଡିକର ଭବିଷ୍ୟତ କଣ ହେବ । ଏ ବିତର୍କିତ ପ୍ରସଙ୍ଗ ଉପରେ ଆଜିର ବିଗ୍ ଡିବେଟ୍ :