ସେବାୟତଙ୍କୁ ଦୁଇକୋଟି ଟଙ୍କା ଦିଆଗଲା କଣପାଇଁ?

21

ନୀଳାଦ୍ରିବିଜେରେ ବିଶୃଙ୍ଖଳାକୁ ନେଇ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ସେବାୟତଙ୍କ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପାର କାହାଣୀ ପଦାକୁ ଆସିଛି । ଗତବର୍ଷ ରଥଯାତ୍ରା ସମୟରେ ରଥ ଉପରେ କୌଣସି ଭକ୍ତଙ୍କୁ ଚଢାଇ ଦେଇନଥିଲେ ଦଇତାପତି ସେବାୟତ । ସରକାରଙ୍କ ନିର୍ଦେଶନାମାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ଦଇତାପତିମାନେ । ତେଣୁ ପୁରସ୍କାର ସ୍ୱରୂପ ଦଇତାପତି ନିଯୋଗକୁ ୨କୋଟି ଟଙ୍କା ଦେବାକୁ ଆଇନ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ସୁପାରିଶ କରିଥିଲେ । ଆଇନ ବିଭାଗରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଶ୍ରୀମନ୍ଦିର ପ୍ରଶାସନକୁ ଏ ଚିଠି ଦିଆ ଯାଇଥିଲା । ଏ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍