ଜେଲରୁ ମୁକୁଳିଲେ କମେଡି କିଙ୍ଗ ପପୁ ପମପମ

35

୪୧ଦିନର ସଜା କାଟିବା ପରେ ପଦାକୁ ଆସିଛନ୍ତି କମେଡି କିଙ୍ଗ ପପୁ ପମପମ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜାମିନ ଦେଇଛନ୍ତି ହାଇକୋର୍ଟ । କିନ୍ତୁ ଏଥିପାଇଁ ତିନିଟି ସର୍ତ୍ତ ରଖିଛନ୍ତି କୋର୍ଟ । ଗୋଟିଏ ହେଉଛି ପୀଡିତା କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ କୌଣସି ଆକାରରେ ଧମକ ଦେବେନାହିଁ ପପୁ । ଦ୍ୱିତୀୟ ସର୍ତ୍ତ ରହିଛି, ସରକାରୀ ସାକ୍ଷୀ ପ୍ରମାଣକୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେ ନାହିଁ। ଏବଂ ତୃତୀୟ ସର୍ତ୍ତ ହେଉଛି, ଏଭଳି କୌଣସି ଅପରାଧୀକ କାର୍ଯ୍ୟ କରିବେ ନାହିଁ ।

ସରକାରୀ ଓକିଲ ପପୁଙ୍କ ବିରୋଧରେ ଯୁକ୍ତି ବାଢିଥିଲେ, ପପୁଙ୍କ ବିରୋଧରେ ଆସିଥିବା ଅଭିଯୋଗ ସାଂଘାତିକ, ତେଣୁ ତାଙ୍କୁ ଜାମିନ ଦିଆଯାଇପାରିବ ନାହିଁ । ସେପଟେ ପପୁଙ୍କ ଓକିଲ କହିଥିଲେ, ଥାନାରେ ପୀଡିତା ଏତଲା ଦେଇନାହାଁନ୍ତି ଏକ ଏନଜିଓ ପକ୍ଷରୁ ଏତଲା ଦିଆଯାଇଛି । ଶେଷରେ କୋର୍ଟ ନିଷ୍ପତି ନେଇଥିଲେ, ପପୁଙ୍କୁ ବେଲ୍ ଦେବାପାଇଁ। ଏ ବିତର୍କିତ ପ୍ରସଙ୍ଗ ଉପର ଆଜିର ବିଗ୍ ଡିବେଟ୍ :