କଥା ପାଇଁ ଉପରକୁ ଯାଇଥିବା ପପୁ ଆଜି କାମ ପାଇଁ ତଳକୁ ଖସି ଯାଇଛନ୍ତି । ଆଉ ସାପ ଶିଡିର ଖେଳ ଭିତରେ ସାପ ମୁହଁରେ ପଡିଛନ୍ତି ପପୁ ପମ୍ ପମ୍ । ତେବେ ପାନ ଦୋକାନରୁ ଜୀବନ ଜୀବିକା ଆରମ୍ଭ କରିଥିବା ପପୁ କିଛି ବର୍ଷ ମଧ୍ୟରେ ରାଜନୀତିରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁଥିରେ ଉପରକୁ ଯାଇଥିଲେ । ଆଉ କିଛି ଦିନ ମଧ୍ୟରେ ପପୁ ଜଣେ ବ୍ରାଣ୍ଡରେ ପରିଣତ ହୋଇ ଯାଇଥିଲେ । ତେବେ କାଷ୍ଟିଂ କାଉଚ ମାମଲାରେ ସେ ସଂପୃକ୍ତ ବୋଲି ଜଣା ପଡିବା ପରେ ସମସ୍ତଙ୍କ ନଜରରେ ସେ ହୋଇଯାଇଛନ୍ତି ସନ୍ଦୀଗ୍ଧ । ତେବେ ସେ ଗିରଫ ହେବା ପରେ ତାଙ୍କର କଳା କାରନାମାର କାହାଣୀ ଆହୁରି ଖୋଲିବ ବୋଲି ସାଧାରଣରେ ଆଶା କରାଯାଉଛି । ଏ ପ୍ରସଙ୍ଗରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ବିଗ୍ ଡିବେଟ୍ ପପୁ ବ୍ରାଣ୍ଡ : ଉଥାନ ଓ ପତନ