ମହାନଦୀକୁ ନେଇ ମହା ରାଜନୀତିର ଦିନ

20

ମହାନଦୀକୁ ନେଇ ମହା ରାଜନୀତିର ଦିନ । ଦିନ ତମାମ୍ ମହାନଦୀକୁ ନେଇ ରାଜନୀତି ଜୋର ଧରିଥିଲା, ଗୋଟିଏ ପଟେ ଆଜି ସର୍ବଦଳୀୟ ବୈଠକ ବସିଥିଲା ଯେଉଁଥିରେ  ବିଜେଡି ଯୋଗ ଦେଇ ନଥିଲା । ଏବଂ ଅନ୍ୟପଟରେ ଭାରତୀୟ ଜନତା ପାର୍ଟି କରିଥିଲା ସାମ୍ବାଦିକ ସମ୍ମିଳନୀ । କିଛି ସମୟପରେ ସିଡବ୍ଲ୍ୟୁସି ଅଫିସ ସାମ୍ନାରେ ବିଜୁ ଜନତାଦଳର କର୍ମୀମାନେ ଧାରଣା ଦେଇଥିଲେ, ମନ୍ତ୍ରୀ, ବିଧାୟକ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ , ଯେଉଁଥିରେ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ କରାଯାଇଥିଲା ଏବଂ ଛତିିଶଗଡ ସରକାରଙ୍କୁ ନିନ୍ଦା କରାଯାଇଥିଲା । ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମାଲବାହୀ ଟ୍ରେନ ଗୁଡିକୁ ଅଟକାଇଥିଲେ ବିଜୁ ଜନତା ଦଳର କର୍ମୀମାନେ । ମୋଟାମୋଟି ଭାବରେ ଏମିତି ଥିଲା ପୁରା ଘଟଣାକ୍ରମ । ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳକୁ ଛାଡି ସବୁ ଦଳ ଯୋଗ ଦେଇଥିଲେ ଏବଂ ମହାନଦୀ ପ୍ରସଙ୍ଗ ଉପରେ ଆଲୋଚନାରେ ଭାଗ ନେଇଥିଲେ । ଏହି ତମାମ୍ ପ୍ରସଙ୍ଗ ଉପରେ ଆଜିର ବିଗ୍ ଡିବେଟ୍ :