ମହାନଦୀ ଲଢେଇ ପାଇଁ ଯୋଦ୍ଧା ସାଜିଲେ ନବୀନ

16

ମହାନଦୀ ଯୁଦ୍ଧ ପାଇଁ ନବୀନଙ୍କ ସଜବାଜ । ମେଲାଣୀ ସମ୍ବର୍ଦ୍ଧନା ପାଇଁ ହଜାର ହଜାର ଦଳୀୟ କର୍ମୀ ଏକାଠି ହୋଇଥିଲେ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ । ବିଜୟୀ ଶଙ୍ଖଧ୍ୱନୀରେ ଉଠୁଥିଲା ପଡୁଥିଲା ନବୀନ ନିବାସ ଆଖପାଖ । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଥିବା ଉଚ୍ଚ ସ୍ତରୀୟ ବୈଠକରେ ସାମିଲ ହେବା ପାଇଁ  ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱରରେ ଏବ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ୧୫ ହଜାର ନେତା ଓ କର୍ମୀ ଯୋଗ ଦେଇଥିଲେ। ଭୁବନେଶ୍ୱରର ବିଭିନ୍ନ ଛକରୁ ଏହି ରାଲି ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲା । ଏହି କାର୍ଯ୍ୟକ୍ରମ ସାରିବା ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ପ୍ରକୃତରେ ନିଜର ବଳିଷ୍ଠ ଯୁକ୍ତିକୁ ଆସନ୍ତାକାଲି ଉପସ୍ଥାପନ କରିପାରିବେ କି? ଏବଂ ଯେଉଁ ବେଆଇନ ନିର୍ମାଣ ବାବଦରେ ଛତିଶଗଡର ଯାହା ଆଭିମୁଖ୍ୟ ରହିଛି ତାକୁ ଭାଙ୍ଗିବାରେ ରାଜ୍ୟ ସରକାର ସଫଳ ହୋଇପାରିବେ କି? ଏହି ରାଜନୈତିକ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍