ଲୁଟେରା ଆତଙ୍କ

28

ଦିନ ଦ୍ୱିପହରରେ ବ୍ଲାକ ପଲସରର ଗନ୍ ପଏଂଟ୍ ଆତଙ୍କ । ପୁରୀରେ ଦମ୍ପତିଙ୍କୁ ଗୁଳିମାଡ କରି ଲୁଟିନେଲେ ଦୁର୍ବୃତ। ଆଖି ପିଛୁଳାକେ ସୁନାଚେନ୍ ଧରି ଚମ୍ପଟ୍ ମାରିଲେ ଲୁଟେରା । ଦିନ ଦ୍ୱିପହରେ ପୁରୀରେ ଏଭଳି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି , ପ୍ରତ୍ୟେକଦିନ ହଜାର ହଜାର ଲୋକ ପୁରୀ ଯାଉଥିବାବେଳେ ସେମାନେ କେତେ ସୁରକ୍ଷିତ ? ଏବଂ ପୁଲିସ କରୁଛି କଣ ? ଆଜି ଯେଉଁ ଘଟଣା ଘଟିଛି ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ସମାଜରେ କଣ ଅପରାଧ ଏତେ ବଢି ଗଲାଣି ଯେ ଜଙ୍ଗଲରାଜ ହେବାକୁ ଯାଉଛି କି? ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍