ସଜାଗ ଅପରାଧୀ, ଶୋାଇଛି ପୁଲିସ : କନକ ନ୍ୟୁଜର ଅପରେସନ ପୁଲିସ ଷ୍ଟେସନରେ ଧରାପଡିଲା କମିଶନରେଟ ପୁଲିସର ସତ

23

କେତେ ସୁରକ୍ଷିତ କଟକ ବାସୀ, କିଭଳି ଡ୍ୟୁଟି କରୁଛନ୍ତି ଅଧିକାରୀ ଓ କର୍ମଚାରୀ, ରିଅଲିଟି ଚେକରେ ହେଲା ପର୍ଦ୍ଦାଫାଶ । ଆପଣ ନିଶ୍ଚିତରେ ରାତିରେ ଶୋଇଥିବେ । ଚିନ୍ତା କରୁଥିବେ ପୁଲିସ ତାର କର୍ତବ୍ୟ କରୁଛି । ହେଲେ ଫାଙ୍କା ପୁଲିସ ଷ୍ଟେସନ । ଗେଟରେ ତାଲା । ଆଉ ନିଦୁଆ ପୁଲିସ କର୍ମଚାରୀଙ୍କ ଆଖି ଆପଣଙ୍କ ସବୁ ଧାରଣାକୁ ଭୁଲ ପ୍ରମାଣିତ କରିବ । କାହା ଭରସାରେ କଟିବ ଆପଣଙ୍କ ରାତି । ଶୋଇଥିବା ପୋଲିସକୁ ଜଗାଇବାକୁ ଚାଲିଥିଲା କନକ ନ୍ୟୁଜର ଅପରେସନ ପୁଲିସ ଷ୍ଟେସନ । କନକ ନ୍ୟୁଜର ଅପରେସନ ପୁଲିସ ଷ୍ଟେସନରେ ଧରାପଡିଲା କମିଶନରେଟ ପୁଲିସର ସତ । ଆସନ୍ତୁ ଏଭଳି ସଙ୍ଗିନ୍ ପ୍ରସଙ୍ଗ ବିଷୟରେ ଅଧିକ ଜାଣିବା ପାଇଁ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ  ।