ବିଗ୍ ଡିବେଟରେ ଦେଖନ୍ତୁ ବିତର୍କ ‘ଜଗଦଗୁରୁଙ୍କୁ ନୋଟିସ୍’

22

ସନାତନ ଧର୍ମରେ ୩୩ କୋଟି ଦେବା ଦେବୀଙ୍କ ମଧ୍ୟରେ ଜଣେ ମାତ୍ର ଠାକୁର ଶ୍ରୀ ଜଗନ୍ନାଥ ଯାହାଙ୍କୁ ‘ତୁ’ ବୋଲି କହିପାରେ ଭକ୍ତ ଓ ‘କାଳିଆରେ’ କହିପାରେ ଭକ୍ତ । କିନ୍ତୁ ଜଗନ୍ନାଥଙ୍କୁ ନେଇ ବିବାଦ ବିଭିନ୍ନ ସମୟରେ ରହି ଆସିଛି । କିଛି ବର୍ଷ ମଧ୍ୟରେ ରଥଚଢାକୁ ନେଇ ବିବାଦ ହୋଇଛି , ଠାକୁରଙ୍କୁ ସ୍ପର୍ଶକୁ ନେଇ ବିବାଦ ରହିଛି, ନବକଳେବରକୁ ନେଇ ବିବାଦ ରହିଛି ଏହା ସହ ନବକଳେବରର ଭିତିଭୂମିକୁ ନେଇ ବିବାଦ ରହିଛି । ହେଲେ ଏହି ବିବାଦ ଭିତରେ ଯୋଡି ହୋଇଯାଇଛି ଆଉ ଏକ ବିବାଦ । ଜଗନ୍ନାଥଙ୍କ ଅନ୍ୟତମ ସେବକ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଜଗନାଥଙ୍କୁ ଛୁଇଁବାକୁ ପ୍ରକୃତରେ ଅଧୀକୃତ କି ନୁହଁନ୍ତି । ତେବେ ଏହି ମାମଲା ଯେତେବେଳେ କୋର୍ଟରେ ପହଂଚିଛି ସେତେବେଳେ କୋର୍ଟ ନୋଟିସ କରିଛି ଶଙ୍କରାଚାର୍ଯ୍ୟଙ୍କୁ । ଏହି ବିବାଦୀୟ ପ୍ରସଙ୍ଗ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ବିଗ୍ ଡିବେଟର ଏହି ଏପିସୋଡ୍  ।