ବିଗ୍ ଡିବେଟରେ ଦେଖନ୍ତୁ ‘ବଦନାମ୍ ଓଲିଉଡ୍’

16

ସମୟ ଥିଲା ଯେତେବେଳେ ଓଲିଉଡର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଆମେ ରୋଲ୍ ମଡେଲ ହିସାବରେ ଦେଖୁଥିଲେ । ଆମ ଜୀବନ ଶୈଳୀରେ ସେମାନଙ୍କ ଛାପ ଆମେ ଦେଖୁଥିଲୁ । କିନ୍ତୁ ବର୍ତମାନ ସମୟରେ ସେ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି । ଗୋଟିଏ ପଟେ ଚିଟଫଣ୍ଡ ପଙ୍କରେ ଓଲିଉଡ ବୁଡି ଥିବାବେଳେ ଏବେ କାଷ୍ଟିଂ କାଉଚକୁ ଅନେକ ଚର୍ଚ୍ଚା । ଉପାସନା ମହାନ୍ତି ଓ ପ୍ରଯୋଜକ ରାଜେଶ ପତିଙ୍କ ବିବାଦ ସାମ୍ନାକୁ ଆସିବା ପରେ ଓଡିଆ ସିନେ ଜଗତର ଗହନ କଥା ପଦାକୁ ଆସିଛି । ରାଜେଶଙ୍କ ଅଭିଯୋଗ ଉପାସନା ତାଙ୍କୁ ବ୍ଲାକମେଲିଂ କରୁଛନ୍ତି, ଯାହାକୁ ଉପାସନା ଖଣ୍ଡନ କରିଛନ୍ତି । ଜଣେ ଫିଲ୍ମ ରିଲିଜ ହେବା ପୂର୍ବରୁ ହିରୋଇନ୍ ଓ ଅନ୍ୟ ଜଣେ ଫିଲ୍ମ ତିଆରି କରିବା ଆଗରୁ ଚର୍ଚ୍ଚିତ ପ୍ରଯୋଜକ । ତେବେ ପ୍ରଶ୍ନ ଉଠୁଛି ଓଲିଉଡକୁ ଏହି ସବୁ ବ୍ୟକ୍ତିମାନେ ବଦନାମ୍ କରୁଛନ୍ତି କି ?