ଦାନ ମାଝୀ ଷ୍ଟାଇଲ୍ ! ନୟାଗଡ ସହରରେ ପୁଣି ହୋଇଛି ଶବ ଶୋଭାଯାତ୍ରା

29

କଳାହାଣ୍ଡିରେ ଦାନ ମାଝୀଙ୍କ ଶବ ଶୋଭାଯାତ୍ରାର କରୁଣ ଦୃଶ୍ୟ ସାରା ବିଶ୍ୱରେ ଦେଶକୁ ନିନ୍ଦିତ କଲା । ଲଜ୍ଜିତ କଲା ରାଜ୍ୟ ସରକାରଙ୍କୁ । ଏହାର ମାସକ ପରେ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ନୟାଗଡ ସହରରେ ପୁଣି ହୋଇଛି ଶବ ଶୋଭାଯାତ୍ରା । ଏଠି ବି ଜଣେ ସ୍ୱାମୀ ଓ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହୋଇଛନ୍ତି ଜଣେ ମୃତ ମହିଳା । ମେଡିକାଲରୁ ଜିଲ୍ଲାପାଳଙ୍କ ଅଫିସ୍ ଯାଏ ଚାଲିଲା ଏହି ଶୋଭାଯାତ୍ରା । ଆଉ ଆଗରେ ପଛରେ ଥିଲା ଟିଭି ସାମ୍ବାଦିକଙ୍କ ଭିଡ । କିଛି ସମୟ ପାଇଁ ସହରବାସୀଙ୍କ ଆଖିକୁ ଫେରି ଆସିଲା କଳାହାଣ୍ଡିର ସେହି କରୁଣ ଦୃଶ୍ୟ । ପରିବାର ଲୋକେ ଅଭିଯୋଗ କଲେ ଚିକିତ୍ସା ଅବହେଳା ଓ ମହାପ୍ରୟାଣ ଗାଡି ନମିଳିବାର କଥା ।

ହେଲେ ଏ ଶବ ଶୋଭାଯାତ୍ରା ସତ ଥିଲା ନା ଥିଲା ଦାନମାଝୀ ଷ୍ଟାଇଲ୍ । ରାତିର ଅନ୍ଧାର ଭିତରେ ଅଭାବୀ ଅସହାୟ ଦାନ ମାଝୀ ଅସହାୟ ହୋଇପଡିଥିଲେ । ହେଲେ ଦିନର ଆଲୋକରେ ସହର ଭିତରେ କେମିତି ଅସହାୟ ହୋଇ ପଡିଲେ ମୃତ ମହିଳାଙ୍କ ପରିବାର ଲୋକେ । ପ୍ରକୃତରେ ଦାନ ମାଝୀର ବଦନାମର ବୋଝ ଆମକୁ ଭାରାକ୍ରାନ୍ତ କରିନାହିଁ ବୋଲି ଆମେ କହିପାରିବା କି ? ଏ ବିତର୍କିତ ପ୍ରସଙ୍ଗ ଉପରରେ ଦେଖନ୍ତୁ ବିଗ୍ ଡିବେଟ୍